ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି, କୋଟି ଭାରତୀୟଙ୍କ ଶ୍ରେଷ୍ଠ ଭରସାଯୋଗ୍ୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି । ସ୍ବାଧୀନତା ଦିବସ ଅବସରରେ ଦେଶବାସୀ ଓ କ୍ରିକେଟ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇ ଅବସର ଘୋଷଣା କରିଛନ୍ତି ସମସ୍ତଙ୍କ ପ୍ରିୟ ମାହି ।
ଧୋନିଙ୍କ ଅବସର ଖବରରେ କେବଳ କ୍ରିକେଟ ପ୍ରେମୀ ସ୍ତବ୍ଧ ନୁହଁନ୍ତି ବରଂ ରାଜନେତା ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଧୋନିଙ୍କୁ ଧନ୍ୟବାଦ ଜଣାଇବା ସହ ଅଜସ୍ର ପ୍ରଶଂସା କରିଛନ୍ତି ।