ଭୁବନେଶ୍ବର: ଜନଜାତି ଏନସାଇକ୍ଲୋପିଡିଆ ଉନ୍ମୋଚନ ( Tribal Museum releases Encyclopedia ) କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନସାଇକ୍ଲୋପିଡିଆ (Encyclopedia ) ଉନ୍ମୋଚନ ହୋଇଥିବା ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଏହା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ଜନଜାତି ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ।
ଏହାବି ପଢନ୍ତୁ - Metro Services In Bhubaneswar-Cuttack: ନବୀନଙ୍କୁ ଅପରାଜିତାଙ୍କ ଚିଠି ବଢାଇଲା ଆଶା
ଜନଜାତି ଏନସାଇକ୍ଲୋପିଡିଆରେ 5ଟି ଭଲ୍ୟୁମ ରହିଛି । ଏହି ପୁସ୍ତକ ସମ୍ପୂର୍ଣ୍ଣ ଗବେଷଣା ଉପରେ ଆଧାରିତ । ଏଥିରେ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ଜନଜାତି ଉପରେ ଆଧାରିତ । ଏଥିରେ 3 ହଜାର 800 ପୃଷ୍ଠା ଏବଂ 418ଟି ଆର୍ଟିକିଲ୍ ରହିଛି । ଏହି ଏନସାଇକ୍ଲୋପିଡିଆ 62 ଅନୁସୂଚୀତ ଜନଜାତି ଏବଂ 13 ନିର୍ଦ୍ଧିଷ୍ଟ ଜନଜାତିର ଲୋକଙ୍କ ଉପରେ ଆଧାରିତ । ଏନସାଇକ୍ଲୋପିଡିଆ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପୁସ୍ତକ ନିଶ୍ଚିତ ଭାବରେ ସମସ୍ତ ଶିକ୍ଷାବିତ, ଗବେଷକ, ନୀତି ନିର୍ମାତା ଏବଂ ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ବିଷୟରେ ଜାଣିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ଏକ ଭଣ୍ଡାର ହେବ ।