ଓଡିଶା

odisha

ETV Bharat / city

NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନଙ୍କ ଚିଠି - ନିଟ ପରୀକ୍ଷା

ସେପ୍ଟେମ୍ବର ମାସ ଆରମ୍ଭରେ ହେବାକୁ ଥିବା NEET ଓ JEE ପରୀକ୍ଷାକୁ ସ୍ଥଗିତ କରାଯାଉ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ ସାଂସଦ ଅମର ପଟ୍ଟନାୟକ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ..

NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

By

Published : Aug 25, 2020, 1:35 PM IST

Updated : Aug 25, 2020, 5:15 PM IST

ଭୁବନେଶ୍ବର : ଜେଇଇ ମେନ ଓ ନିଟ ପରୀକ୍ଷା ସ୍ଥଗିତ ରଖିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପ୍ଟେମ୍ବର ମାସ ଆରମ୍ଭରେ ଦୁଇଟି ଜାତୀୟ ସ୍ତରର ଏଣ୍ଟ୍ରାନ୍ସ ପରୀକ୍ଷା ରହିଛି।

ଅନ୍ୟପଟେ ସାଂସଦ ଅମର ପଟ୍ଟନାୟକ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । କୋଭିଡ ଭଳି ସଙ୍କଟ ସ୍ଥିତିରେ ଦେଶର ସବୁ ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ସେ ଅନୁରୋଧ କରିଛନ୍ତି । ଆବଦ୍ଧ କୋଠରୀରେ 2 ଘଣ୍ଟା ଯାଏ ବସିବା ସୁରକ୍ଷିତ ନୁହେଁ । ଆଉ ସବୁଠି ଅନଇନରେ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।

NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ଅମର ପଟ୍ଟନାୟକ ଚିଠି

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ଓ ଜେଇଇ ମେନ ପରୀକ୍ଷା କରିବାକୁ ତାରିଖ ଘୋଷଣା କରାଯାଇଛି । ଓଡ଼ିଶାର 7ଟି ସ୍ଥାନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ କୋଭିଡ ସମୟରେ ଛାତ୍ରଛାତ୍ରୀ ନିଜେ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ସମ୍ଭବପର ନୁହେଁ।

NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

କୋଭିଡର ଏଭଳି ସ୍ଥିତିରେ ପରୀକ୍ଷା କେନ୍ଦ୍ରକୁ ଯିବା ସୁରକ୍ଷିତ ନୁହେଁ । ଏହି ପରୀକ୍ଷା ପାଇଁ ରାଜ୍ୟର ପ୍ରାୟ 40 ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ହେଲେ ପରୀକ୍ଷା ପାଇଁ ମାତ୍ର 7ଟି ସେଣ୍ଟର କରିବା ଯୋଗୁଁ ସେମାନେ ଦୂର ଦୂରାନ୍ତରୁ ଆସିବା କଷ୍ଟକର ତେଣୁ ପରବର୍ତ୍ତୀ ସମୟରେ ପରୀକ୍ଷା କଲେ, ସେତେବେଳେ ସବୁ ଜିଲ୍ଲାରେ ସେଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 25, 2020, 5:15 PM IST

ABOUT THE AUTHOR

...view details