ଓଡିଶା

odisha

By

Published : Jun 10, 2022, 8:46 AM IST

ETV Bharat / city

5T School Transformation Programme: ଆଜି ଲୋକାର୍ପଣ ହେବ 416 ସ୍ମାର୍ଟ ସ୍କୁଲ

୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ପରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ । ଆଜି (ସୋମବାର) 5ଟି ଜିଲ୍ଲାରେ 416ଟି ସ୍ମାର୍ଟ ହାଇସ୍କୁଲ ରୂପାନ୍ତରିତ ହେବ । ଅଧିକ ପଢନ୍ତୁ

ଆଜି ଲୋକାର୍ପଣ ହେବ 416 ସ୍ମାର୍ଟ ସ୍କୁଲ
ଆଜି ଲୋକାର୍ପଣ ହେବ 416 ସ୍ମାର୍ଟ ସ୍କୁଲ

ଭୁବନେଶ୍ବର: ପ୍ରତି ପିଲାଙ୍କ ଭିତରେ ରହିଥିଲା ପ୍ରତିଭା ଓ ସମ୍ଭାବନା ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ପିଲାଙ୍କ ଭବିଷ୍ୟତର ମୂଳଦୁଆ ବିଦ୍ୟାଳୟରେ ପଡିଥାଏ । ବିଦ୍ୟାଳୟ ସେମାନଙ୍କ ମନ୍ଦିର ପରି । ବିଦ୍ଯାଳୟରେ ବିଦ୍ୟାର୍ଥୀ କିପରି ଏକ ସୁନ୍ଦର ପରିବେଶରେ ପାଠ ପଢିବେ ସେ ନେଇ ସେମାନଙ୍କ ସ୍କୁଲର ରୂପାନ୍ତରଣ ହେଉଛି ସ୍ମାର୍ଟ ହେଉଛି । ନୂଆ ରୂପରେ ନୂଆ ଚମକୁଛି ସେମାନଙ୍କ ବିଦ୍ୟାପୀଠ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ ପରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ । ଆଜି (ଶୁକ୍ରବାର) 5ଟି ଜିଲ୍ଲାରେ 416ଟି ହାଇସ୍କୁଲ ରୂପାନ୍ତରିତ ହେବ । ଭିସି ଜରିଆରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍କୁଲରେ ହିଁ ତିଆରି ହୁଅନ୍ତି ଦେଶର ଭବିଷ୍ୟତ । ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମେ ସ୍କୁଲର ବିକାଶ କରାଯାଉଛି । ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ହେଲା ଯାଜପୁର 150ଟି ସ୍କୁଲ, ଗଜପତିର 31 ସ୍କୁଲ, ସମ୍ବଲପୁର 40ଟି ସ୍କୁଲ, ବଲାଙ୍ଗୀର 100ଟି ସ୍କୁଲ, କୋରାପୁଟ 95ଟି ସ୍କୁଲ ।

ଏହା ବି ପଢନ୍ତୁ...445 ରୂପାନ୍ତରିତ ସ୍କୁଲ ଲୋକାର୍ପିତ: ଉତ୍କର୍ଷତା ପାଇଁ ଚେଷ୍ଟା କରିବାକୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ପ୍ରକାଶ ଥାଉ କି, ଏହା ପୂର୍ବରୁ ଜୁନ 8 ତାରିଖରେ ୫ ଜିଲ୍ଲାର 445 ଟି ସ୍ମାର୍ଟସ୍କୁଲର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ବାଲେଶ୍ବର ଜିଲ୍ଲାର 135ଟି ହାଇସ୍କୁଲ, ପୁରୀର 95ଟି, ନୟାଗଡର 60ଟି, ଜଗତସିଂହପୁରର 75ଟି ଓ ଭଦ୍ରକର 80ଟି ସ୍କୁଲ ଲୋକାର୍ପିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details