ଓଡିଶା

odisha

By

Published : Jun 17, 2022, 12:27 PM IST

ETV Bharat / city

ଆଜି ମନ୍ତ୍ରୀ ପରିଷଦ ବୈଠକ

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅଧିକ ପଢନ୍ତୁ

ଆଜି ମନ୍ତ୍ରୀ ପରିଷଦ ବୈଠକ
ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ନବୀନଙ୍କ 5ମ ପାଳିର ଦ୍ବିତୀୟ ଥର ମନ୍ତ୍ରୀମଣ୍ଡଳ ଗଠନ କରିସାରିଛନ୍ତି । ଇତି ମଧ୍ୟରେ ସବୁ ମନ୍ତ୍ରୀ ଦାୟିତ୍ବ ମଧ୍ୟ ନେଇ ସାରିଛନ୍ତି । ଆଜି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିବ । ଲୋକସେବା ଭବନରେ ସନ୍ଧ୍ୟା 5ଟା 30ରେ ବୈଠକ ବସିବ ।

ଏଥିରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଓ ବଜେଟ ବିଷୟରେ ଆଲୋଚନା ହେବ । ଏହା ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି । 2019 ନିର୍ବାଚନ ଇସ୍ତାହାରରେ ବିଜେଡି ଅନେକ ପ୍ରତିଶ୍ରୁତି ଦେଇଥିଲା । ଉକ୍ତ ପ୍ରତିଶ୍ରୁତି ପାଳନରେ ବିଭିନ୍ନ ବିଭାଗ କିଭଳି କାର୍ଯ୍ୟ କରିଛନ୍ତି । ସେ ନେଇ ବୈଠକରେ ସମୀକ୍ଷା ହୋଇପାରେ ।

ସେପେଟେ ଆଜି ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତ ହେବ ବ୍ଲପ୍ରିଣ୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details