ଓଡିଶା

odisha

ETV Bharat / city

Odisha Investors Meet: ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ହେବ ଆଲୋଚନା, ଘେରିଲେ ବିରୋଧୀ - ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ବେଲ୍‌ ବଜାଇବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik to visit Mumbai ) । ଏହି କ୍ରମରେ ସେ ସେପ୍ଟେମ୍ବର ୧୪ ତାରିଖରେ ଆୟୋଜନ ହେବାକୁ ଥିବା ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ । ଅଧିକ ପଢ଼ନ୍ତୁ

CM Naveen Patnaik to visit Mumbai for Odisha Investors Meet
Odisha Investors Meet: ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ଘେରିଲେ ବିରୋଧୀ

By

Published : Sep 12, 2022, 9:59 PM IST

ଭୁବନେଶ୍ବର: ଆସନ୍ତାକାଲିଠୁ (ସେପ୍ଟେମ୍ବର 13) ତିନି ଦିନିଆ ମୁମ୍ବାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik to visit Mumbai ) । ଏହି କ୍ରମରେ ସେ ସେପ୍ଟେମ୍ବର ୧୪ ତାରିଖରେ ଆୟୋଜନ ହେବାକୁ ଥିବା ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ(Odisha Investors Meet) । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେହିଦିନ ସନ୍ଧ୍ୟାରେ ମୁମ୍ବାଇରେ ରୋଡ ସୋ' କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଉପରେ ଏବେ ସଭିଁଙ୍କ ନଜର ରହିଛି ।

Odisha Investors Meet: ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ଘେରିଲେ ବିରୋଧୀ

ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ ହେଲେ ନିଯୁକ୍ତିର ସୁଯୋଗ ମଧ୍ୟ ବଢ଼ିବ । ଯାହାଫଳରେ ଅର୍ଥନୀତି ସଦୃଢ଼ ହୋଇ ପାରିବ । ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ ପରେ ଏବେ ମୁମ୍ବାଇରେ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ କଣ ସୁଯୋଗ ରହିଛି ତାହା ନିବେଶକଙ୍କୁ ବୁଝାଇେବ ରାଜ୍ୟ ସରକାର । ଓଡ଼ିଶାରେ ବିଶେଷକରି ଖଣି, ପର୍ଯ୍ୟଟନ, ଶିଳ୍ପ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ତାହା ବି ନିବେଶକଙ୍କୁ ଅବଗତ କରାଇବେ ।

ଦିଲ୍ଲୀ ସମ୍ମିଳନୀରେ 27 ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଶ୍‌ ଉତ୍ସାହଜନକ ରହିଥିଲା । ମୁମ୍ବାଇରେ ଆସନ୍ତା ୧୪ ତାରିଖରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ (Odisha Investors Meet) ହେବାକୁ ଯାଉଛି । ମୁମ୍ବାଇରେ ବଡ଼ବଡ଼ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହି କାର୍ଯ୍ୟକ୍ରମ ରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ରିଙ୍ଗ୍‌ ବେଲ୍‌ ବଜାଇବେ ମୁଖ୍ୟମନ୍ତ୍ରୀ(Naveen to ring bell of Bombay Stock Exchange) । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଚାଲିବ । ମୁମ୍ବାଇ ପରେ ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ହେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ଚେନ୍ନାଇ, କୋଲକତା ଆଦି ସ୍ଥାନରେ ଏହି ସମ୍ମିଳନୀ କରାଯିବ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ ।

ଏହାକୁ ନେଇ ସୁର ରାଉତରାୟ କହିଛନ୍ତି, "ଏହା ଖାଲି ଲୋକ ଦେଖାଣିଆ । ପୂର୍ବରୁ କେତେ କାର୍ଯ୍ୟକ୍ରମ ହେଲାଣି ହେଲେ ଓଡ଼ିଶାରେ କେତେ ଶିଳ୍ପ ବୃଦ୍ଧି ପାଇଛି ଏବଂ କେତେ ନିଯୁକ୍ତି ସୃଷ୍ଟି ହୋଇଛି ? ଭୁବନେଶ୍ବରରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ହୋଇଥିଲା । ହେଲେ ଏହାଦ୍ବାରା ନିଯୁକ୍ତି ସୃଷ୍ଟି ହୋଇନି । ମେକ୍‌ ଇନ୍‌ ଓଡ଼ିଶା ରାଜ୍ୟବାସୀଙ୍କ ଆତ୍ମସାତ୍‌ କରୁଛନ୍ତି ରାଜ୍ୟ ସରକାର ।"

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି, "ମୁମ୍ବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମ ହେବ । ଶିଳ୍ପପତିମାନେ ଯେଉଁମାନେ ଓଡ଼ିଶାକୁ ଆସିବାକୁ ଇଚ୍ଛୁକ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହାଦ୍ବାରା ରାଜ୍ୟରେ ପୁଞ୍ଜିନିବେଶ ବଢ଼ି ପାରିବ । ଏହାଦ୍ବାରା ପ୍ରତ୍ୟେକ ଲାଭବାନ ହେବ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଁ ମଧ୍ୟ ଯୋଗ ଦେବି ।"

ABOUT THE AUTHOR

...view details