ଓଡିଶା

odisha

ETV Bharat / city

ଦେବଗଡ ପାଇବ ସ୍ମାର୍ଟ ହେଲ୍‌ଥ କାର୍ଡ, BSKY ସ୍ମାର୍ଟକାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ - ଦେବଗଡ଼ରେ ସ୍ମାର୍ଟକାର୍ଡ

ଆଜି ଦେବଗଡ଼ରେ ଭିସି ଯୋଗେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ଆଜି ଦେବଗଡ଼ରେ ସ୍ମାର୍ଟକାର୍ଡ ବଣ୍ଟନର  ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଆଜି ଦେବଗଡ଼ରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

By

Published : Oct 9, 2021, 9:57 AM IST

ଭୁବନେଶ୍ବର: ଆଜି ଦେବଗଡ଼ରେ BSKY ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭିସି ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେବଗଡର ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜିଲ୍ଲାର 78 ହଜାର 6 ଶହ 15 ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ କାର୍ଡ ବଣ୍ଟନ କରାଯିବ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବାଣ୍ଟିବେ ।

ତିନିଟି ବ୍ଲକର 70 ଟି ପଞ୍ଚାୟତରେ ଏହି କାର୍ଡ ବଣ୍ଟନ କରାଯିବ । ବାରକୋଟ ବ୍ଲକର 24 ପଞ୍ଚାୟତରେ 28 ହଜାର 69 ଜଣ ହିତାଧିକାରୀଙ୍କୁ ଦିଆଯିବ କାର୍ଡ । ରିଆମାଳ ବ୍ଲକର 26 ଟି ପଞ୍ଚାୟତରେ 27 ହାଜର 175 ଓ ତିଳେଇବଣି ବ୍ଲକର 20ଟି ପଞ୍ଚାୟତରେ 19 ହଜାର 862 କାର୍ଡ ପ୍ରଦାନ କରାଯିବ । ସେହିପରି ଦେବଗଡ଼ ପୌରପରିଷଦରେ 3 ହଜାର 509 ଜଣ ହିତାଧିକାରୀଙ୍କୁ ମଧ୍ୟ କାର୍ଡ ଦିଆଯିବ । ଏହା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନି ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details