ଓଡିଶା

odisha

By

Published : Sep 24, 2021, 11:17 AM IST

Updated : Sep 24, 2021, 1:00 PM IST

ETV Bharat / city

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ବୈଠକରେ ହେବେ ସାମିଲ

ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମାଓ ପ୍ରଭାବିତ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଦିଲ୍ଲୀ ଯିବେ ନବୀନ, ମାଓ ପ୍ରଭାବିତ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ହେବେ ସାମିଲ
ଦିଲ୍ଲୀ ଯିବେ ନବୀନ, ମାଓ ପ୍ରଭାବିତ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ହେବେ ସାମିଲ

ଭୁବନେଶ୍ବର:ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ବସିବ । ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟର ଏହି ବୈଠକ ଅନୁଷ୍ଠିତ ହେବ ।

ଦେଶରେ ମାଓ ସମସ୍ୟା ଓ ମୁକାବିଲା ନେଇ ସ୍ବରାଷ୍ଟ୍ର ବିଭାଗ ଡାକିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଆସନ୍ତା 26 ତାରିଖରେ ଦିଲ୍ଲୀରେ ବସିବ ଏହି ବୈଠକ । ଓଡ଼ିଶା ସମେତ 10 ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଛତିଶଗଡ଼, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ବିହାର ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡିଛି ।

ରାଜ୍ୟରେ ୫ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ଏନେଇ କେନ୍ଦ୍ରକୁ ଅବଗତ କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ଉଠାଇପାରନ୍ତି ନବୀନ । କେନ୍ଦ୍ର ଉପରେ ୨୦୧୭ର ମାଓ ଦମନ ନେଇ ୯୦୭ କୋଟି ଟଙ୍କା ବାକି ପଡ଼ିଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ନବୀନ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 24, 2021, 1:00 PM IST

ABOUT THE AUTHOR

...view details