ଓଡିଶା

odisha

ETV Bharat / city

'ସାଧାରଣ ଲୋକ ମୁଖ୍ୟ କେନ୍ଦ୍ରବିନ୍ଦୁ' - 73ତମ ସ୍ବାଧୀନତା ଦିବସ

ସାରା ଦେଶ ଆଜି 73ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ୟୁନିଟ-3 ସ୍ଥିତ ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ସାଧାରଣ ଲୋକ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ସେମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଆମେ 5ଟି ମନ୍ତ୍ର କାର୍ଯ୍ୟକାରୀ କରିଛୁ । 5-Tକୁ ଭିତ୍ତି କରି ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 15, 2019, 12:23 PM IST

ଭୁବନେଶ୍ବର: ସାରା ଦେଶ ଆଜି ପାଳୁଛି 73ତମ ସ୍ବାଧୀନତା ଦିବସ । ଏହି ଅବସରରେ ଭୁବନେଶ୍ବର ୟୁନିଟ-3 ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଓ ରାଷ୍ଟ୍ରୀୟ ସାଲ୍ୟୁଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଜାତୀୟ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ । ଏହା ପରେ ଜାତିର ପିତା ମହାତ୍ମା ଗାନ୍ଧୀ, ନେହେରୁ, ମୌଲାନା ଆଜାଦ, ଗୋପବନ୍ଧୁ ଦାସ, ନବକୃଷ୍ଣ ଚୌଧୁରୀ, ଲକ୍ଷ୍ମଣ ନାୟକ, ବିଜୁ ପଟ୍ଟନାୟକ ପ୍ରମୁଖ ବୀରମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସେ ଏହା ମଧ୍ୟ କହିଛନ୍ତି, ଚଳିତ ବର୍ଷ ମହାତ୍ମାଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ପାଳନ ହେବ । ତାଙ୍କ ଆଦର୍ଶ ଓ ବିଚାର ଆମେ ଅଧିକ ଅନୁଭବ କରୁଛୁ । ଅହିଂସାକୁଲ ସମ୍ବିଧାନର ପ୍ରିୟମବଲରେ ସାମିଲ କରିବା ପାଇଁ ମୁଁ ଦାବି କରିଛି ।

ସାଧାରଣ ଲୋକ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ । ସେମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଆମେ 5ଟି ମନ୍ତ୍ର କାର୍ଯ୍ୟକାରୀ କରିଛୁ । 5-Tକୁ ଭିତ୍ତି କରି ଆମେ ଆରମ୍ଭ କରିଛୁ 'ମୋ ସରକାର' କାର୍ଯ୍ୟକ୍ରମ । ଅକ୍ଟୋବର 2 ତାରିଖରୁ ଏହା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । 2020 ମାର୍ଚ୍ଚ 5 ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବ । ମୁଁ ନିଜେ ଫୋନ କରି ଥାନା ଓ ସ୍ବାସ୍ଥ୍ୟବସ୍ଥା କିଭଳି ସୁବିଧା ପାଇଲେ ସେନେଇ ପଚାରିବି । ସରକାରୀ ଅଫିସରେ ଆପଣଙ୍କ ଅନୁଭବ ବିଷୟପେ ପଚାରି ବୁଝିବି ।

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ମଧ୍ୟ ଆପଣଙ୍କୁ ଫୋନ କରି ଫିଡବ୍ୟାକ ନେବେ । ଖାଲି ସେତିକି ନୁହେଁ ଯେଁଉ ଗାଁକୁ ବିଜୁଳି ସଂଯୋଗ ନାହିଁ, ମାତ୍ର ଗୋଟିଏ ଖବର 48 ଘଣ୍ଟା ମଧ୍ୟରେ ବିଜୁଳି ଯୋଗାଇବ । ନୂଆ ଓଡିଶା ଗଠନ ପାଇଁ କାମ କରିବାକୁ ନିଜ ଅଭିଭାଷଣ ବେଳେ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details