ଭୁବନେଶ୍ବର:ଉଠା ଦୋକାନୀଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା (covid assistance to street vendors) ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ପଥପାର୍ଶ୍ବ ବିକାଳୀଙ୍କୁ ମିଳିଲା ୩ ହଜାର ଟଙ୍କା ଲେଖାଏଁ ସହୟତା ରାଶି ପ୍ରଦାନ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଭିସି ଯୋଗେ କୋଭିଡ ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି ।
ଏହି ସହାୟତାରେ ରାଜ୍ୟର ୧ ଲକ୍ଷରୁ ଅଧିକ ପଥପାର୍ଶ୍ବ ବିକାଳୀ ଉପକୃତ ହେବେ । କୋଭିଡ ମହାମାରୀ କାଳରେ ପଥପାର୍ଶ୍ବ ବିକାଳୀ ଅନେକ କଷ୍ଟ ସହିଛନ୍ତି । ସେମାନଙ୍କ ଜୀବନଜୀବିକାର ସୁରକ୍ଷା ପାଇଁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏଭଳି ପଥପାର୍ଶ୍ବ ବିକାଳୀଙ୍କ ପାଇଁ ୮୭ଟି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯିବ । ଏଥିପାଇଁ ମୋଟ ଖର୍ଚ୍ଚ ହେବ ୬୦ କୋଟି ଟଙ୍କା ।