ଭୁବନେଶ୍ବର:କେନ୍ଦ୍ରୀୟ ବେଜଟ ନେଇ ମିଶ୍ର ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ପ୍ରଂଶସା କରିଥିବାବେଳେ କିଛି କ୍ଷେତ୍ର ପାଇଁ ଅର୍ଥ ବରାଦ ରାଶି ହ୍ରାସ କରିବା ଅଭିବୃଦ୍ଧିକୁ ପ୍ରଭାବିତ କରିପାରେ ଆଶଙ୍କା ପ୍ରକାଶ କରିଛନ୍ତି ନବୀନ ।
ନବୀନ କହିଛନ୍ତି, ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ଅଭିବୃଦ୍ଧି ଉପରେ ବଜେଟରେ କରାଯାଇଥିବା ବ୍ୟୟବରାଦ ଏକ ସକରାତ୍ମକ ପ୍ରଭାବ ପକାଇବ । ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପ୍ରସ୍ତାବିତ ଟେକ୍ନୋଲୋଜି ଦେଶକୁ ଏହି ମହାମାରୀ ପରିସ୍ଥିତିରେ ବହୁ ପରିମାଣରେ ସାହାଯ୍ୟ କରିବ । ୧୪ଟି ସେକ୍ଟରରେ ଉତ୍ପାଦନ ଲିଙ୍କ୍ ଇନିସିଏଟିଭ୍ ସ୍କିମ୍ ଏବଂ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମର ବିସ୍ତାର ଯୋଗାଣ ପାର୍ଶ୍ୱ ପ୍ରତିବନ୍ଧକକୁ ହ୍ରାସ କରିବାରେ ସହାୟକ ହେବ ।
କୃଷି ଏବଂ କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମାଞ୍ଚଳର ବିକାଶ ଏବଂ ମହିଳା ଏବଂ ଶିଶୁ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକରେ କ୍ଷେତ୍ରରେ ବଜେଟରେ ବ୍ୟୟବରାଦ ହ୍ରାସ ପାଇଛି । ତେଣୁୁ ଏହି ନିଷ୍ପତ୍ତି ଅଭିବୃଦ୍ଧିରେ ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନବୀନ । ସେହିପରି କୃଷି କ୍ଷେତ୍ରକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ନବୀନ । ମହାମାରୀ ପରିସ୍ଥିତିରେ MGNREGS ରେ ଅନୁଦାନ ହ୍ରାସ ଗରିବ ବର୍ଗଙ୍କୁ ପ୍ରଭାବିତ କରିପାରେ ବୋଲି ନବୀନ କହିଛନ୍ତି ।
ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଦ୍ୱାରା ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି । ବଜେଟରେ ଲୋକମାନେ ସମ୍ମୁଖୀନ ହେଉଥିବା ମୁଦ୍ରାସ୍ଫୀତି ବୃଦ୍ଧିକୁ ସମାଧାନ କରିନାହାଁନ୍ତି କେନ୍ଦ୍ର ସରକାର । ଏଲପିଜି ସବସିଡିରେ ତୀବ୍ର ହ୍ରାସ ଘଟିଛି ଯାହା ଏହି ସମସ୍ୟାକୁ ଆହୁରି ବଢାଇବା ପରି ସ୍ଥିତି ସୃଷ୍ଟି କରିବ ବୋଲି କହିଛନ୍ତି ନବୀନ ।