ଓଡିଶା

odisha

By

Published : Jan 26, 2020, 10:46 AM IST

Updated : Jan 26, 2020, 12:58 PM IST

ETV Bharat / city

ସାଧାରଣତନ୍ତ୍ର ଦିବସରେ ନବୀନଙ୍କ ବାର୍ତ୍ତା, ନୂଆ ଓଡିଶା ଗଠନ ପାଇଁ ଆହ୍ବାନ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା। ଦେଶର ବୀର ପୁରୁଷଙ୍କ ସହିତ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ । ଅଧିକ ପଢନ୍ତୁ...

cm naveen patnaik
ସାଧାରତନ୍ତ୍ର ଦିବସରେ ନବୀନଙ୍କ ବାର୍ତ୍ତା, ନୂଆ ଓଡିଶା ଗଠନ ଲାଗି ଆହ୍ବାନ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା। ଦେଶର ବୀର ପୁରୁଷଙ୍କ ସହିତ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ । ଏହି ଅବସରରେ ନବୀନ କହିଛନ୍ତି ଯେ,‘ଭାରତ ଗାନ୍ଧୀଙ୍କ ଦେଶ, ସତ୍ୟ ଅହିଂସାର ଦେଶ । ବିଭିନ୍ନ ବିଚାର ଓ ବିଭିନ୍ନ ବିଶ୍ବାସର ଦେଶ, ସମସ୍ତଙ୍କୁ ସାଥିରେ ଧରି ଭାରତ ଆଜି ବିକାଶ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଭାରତ ବିକାଶ କ୍ଷେତ୍ରରେ ରାଜ୍ୟ ମାନଙ୍କର ବିଶେଷ ଅବଦାନ ରହିଛି ।’

ସାଧାରଣତନ୍ତ୍ର ଦିବସରେ ନବୀନଙ୍କ ବାର୍ତ୍ତା, ନୂଆ ଓଡିଶା ଗଠନ ପାଇଁ ଆହ୍ବାନ

ଏହାସହ ସାଢେ 4କୋଟି ଓଡିଆଙ୍କ ଆଶା ଓ ସ୍ଵପ୍ନକୁ ସାକାର କ୍ଷେତ୍ରରେ ଓଡିଶା ଆଗେଇ ଚାଲିଛି । କ୍ଷେତ୍ରରେ ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ଚାଷୀ, ମହିଳା, ଯୁବକ, ଶ୍ରମିକ ହେଉଛନ୍ତି ଅର୍ଥନୀତିର ମେରୁଦଣ୍ଡ । ଏମାନଙ୍କ କର୍ମନିଯୁକ୍ତି ହିଁ ବିକାଶଧାରାକୁ ଅଧିକ ଶକ୍ତି ଦେଇଛି ବୋଲି ଏହି ଅବସରରେ ନବୀନ କହିଛନ୍ତି ।

ସେହିପରି ସୁଶାସନ କ୍ଷେତ୍ରରେ 5ଟି ସାରାଦେଶରେ ଏକ ମଡେଲ ହୋଇଛି । ଠିକ୍ ସମୟରେ ଉତ୍ତମ ସେବା ଯୋଗାଇବାରେ 5ଟି ମନ୍ତ୍ର ଲୋକପ୍ରିୟ ହୋଇଛି । ‘ମୋ ସରକାର’ କାର୍ଯ୍ୟକ୍ରମ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିଛି । ବ୍ୟବସ୍ଥା ପ୍ରତି ଲୋକଙ୍କ ଭରସା ବଢିଛି । ଜଗନ୍ନାଥ ଦେଶ ହେଉଛି ଓଡିଶାର ଶ୍ରେଷ୍ଠ ପରିଚୟ । ଶ୍ରୀମନ୍ଦିର ଓ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ପଦକ୍ଷେପ କଳା ସଂସ୍କୃତିର ଗୌରବ ବୃଦ୍ଧି କରୁଛି । ଓଡିଆ ଆଜି ନୂତନ ସଂକଳ୍ପ ନେଇ ଆଗକୁ ବଢୁଛି ବୋଲି ମଧ୍ୟ ନବୀନ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ନୂଆ ଓଡିଶା ହେବ କନଫିଡେଣ୍ଟ ଓଡିଶା । ସବୁ ଆହ୍ଵାନକୁ ମୁକାବିଲା କରିବାର ସାହସ ଓ ଦକ୍ଷତା ଓଡିଶାର ଯୁବକଙ୍କ ପାଖରେ ରହିଛି । ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭ କରି କ୍ରୀଡା ଆଦି ବିଭିନ୍ନ କ୍ଷେତ୍ରରେ ଆମେ ଗ୍ଲୋବାଲ ବେଞ୍ଚମାର୍କ ହାସଲ କରିପାରୁଛୁ । ସେବା, ସାହସ, ଦକ୍ଷତା ଓ ପ୍ରତିଶ୍ରୁତି ହେବ ନୂଆ ଓଡିଶାର ପରିଚୟ । ନୂଆ ଓଡିଶା ଶ୍ରେଷ୍ଠ ଓଡିଶା ହେବ ବୋଲି କହିବା ସହ ନୂଆ ଓଡିଶା ଗଠନ ପାଇଁ କାର୍ଯ୍ୟ କରିବାକୁ ନବୀନ ଆହ୍ବାନ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jan 26, 2020, 12:58 PM IST

ABOUT THE AUTHOR

...view details