ଭୁବନେଶ୍ବର:ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା 2.0ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁବଗୋଷ୍ଠୀଙ୍କ ମଧ୍ୟରେ ଔଦ୍ୟୋଗିକ ଚେତନା ଆଣିବା ପାଇଁ ପ୍ରୟାସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଷ୍ଟାର୍ଟଅପ 2.0 ଯାତ୍ରା କାର୍ଯ୍ୟକ୍ରମ ରାଜ୍ୟ 30 ଜିଲ୍ଲାର 100ଟି ଶିକ୍ଷାନୁଷ୍ଠାନରେ ପହଞ୍ଚିବ । ଏହି ଯାତ୍ରା ପାଇଁ ମୋଟ 60 ଦିନର ଧାର୍ଯ୍ୟ କରାଯାଇଛି ।
‘‘ରାଜ୍ୟର ତୃଣମୂଳସ୍ତରରୁ ନୂତନ ଉଦ୍ଭାବକ, ମହିଳା ଉଦ୍ୟୋଗୀକୁ ପ୍ରୋତ୍ସାହନ କରିବା ସହ ଷ୍ଟାର୍ଟଅପ ସମ୍ପର୍କିତ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟର ଷ୍ଟାର୍ଟଅପ କାର୍ଯ୍ୟକ୍ରମ ରାଜ୍ୟ ଏବଂ ରାଜ୍ୟ ଉଦ୍ୟମୀ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଥିବାରୁ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ଏହି ଯାତ୍ରା ଯୁବବର୍ଗଙ୍କ ମଧ୍ୟରେ ଷ୍ଟାର୍ଟଅପ, ନୂତନତ୍ବ ସୃଷ୍ଟି ନେଇ ପ୍ରେରଣା ଯୋଗାଇବ । 2025 ମସିହା ସୁଦ୍ଧା ରାଜ୍ୟରେ 5 ହଜାର ଷ୍ଟାର୍ଟଅପ ଲକ୍ଷ୍ୟ ରଖାଯାଇଛି । ଲୁକ୍କାୟିତ ବିଚାରକୁ ଆଗକୁ ଆଣିବାରେ ଷ୍ଟାର୍ଟଅପ 2.0 କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ’’।