ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୭ଟି ଶିଳ୍ପ ପ୍ରକଳ୍ପ(industrial projects)ର ଉଦ୍ଘାଟନ କରିଛନ୍ତି । ଏଥିସହ ୧୦ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ ଉତ୍ପାଦନ ଓ ସାର କ୍ଷେତ୍ରରେ ଏହି ବିବିଧ ପ୍ରକଳ୍ପ ରହିଛି । ୯୯୯.୯୯ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପ ଅନ୍ୟୁନ ୨୩୮୭ ଜଣ ବ୍ୟକ୍ତିଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବ । ଏହି ପ୍ରକଳ୍ପକୁ ପ୍ରୋତ୍ସାହନ ଦେଉଥିବା ପ୍ରତିଷ୍ଠାନଙ୍କ ମଧ୍ୟରେ ଇଫକୋ, ରାମଙ୍କଓ ଓ କୋଷ୍ଟଲ ସିମେଣ୍ଟ ଅନ୍ତର୍ଭୁକ୍ତ । ଏହି ଭିତ୍ତିପ୍ରସ୍ତର ସ୍ଥାପନା ସମାରୋହରେ ଭାଗ ନେଇଥିବା ଅନେକ ଶିଳ୍ପ ୟୁନିଟ ଗତ ୩ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବା ପାଇଁ ନୀତିଗତ ଅନୁମୋଦନ ପ୍ରାପ୍ତ ହୋଇଛନ୍ତି ।
ଓଡିଶା ଭିତ୍ତିକ ଶିଳ୍ପ ସଂସ୍ଥାମାନଙ୍କର ସାମାଜିକ ଦାୟିତ୍ୱ ବଦ୍ଧତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଆମ ଶିଳ୍ପ ସଂସ୍ଥା ଗୁଡିକ କେବଳ ଆମ ରାଜ୍ୟର ଆର୍ଥିକ ବିକାଶରେ ନୁହେଁ ବରଂ ଅସୁବିଧା ସମୟରେ ରାଜ୍ୟ ସରକାରଙ୍କ କାନ୍ଧରେ କାନ୍ଧ ମିଳାଇ ସାମାଜିକ ଦାୟିତ୍ୱ ନିର୍ବାହ କରୁଛନ୍ତି । କୋଭିଡର ଦ୍ଵିତୀୟ ଲହର କାଳରେ ଯେବେ ସଂକ୍ରମଣ ସଂଖ୍ୟା ଶିଖରରେ ପହଞ୍ଚି ଥିଲା । ସମଗ୍ର ଦେଶରେ ଅମ୍ଳଜାନର ଘୋର ଅଭାବ ଅନୁଭୂତ ହୋଇଥିଲା । ସେତେବେଳେ ଓଡ଼ିଶା ସକ୍ରିୟ ଭାବେ ସଙ୍କଟ ସମୟରେ ନିଜ ଉପରକୁ ଗୁରୁ ଦାୟିତ୍ୱ ନେଇ ଅନ୍ୟ ରାଜ୍ୟକୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୯୯୯.୯୯ କୋଟି ଟଙ୍କା ମୂଲ୍ୟର ୧୭ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ''ଓଡ଼ିଶାରେ ନିବେଶ ପାଇଁ ଆମେ ନିବେଶକଙ୍କ ପାଇଁ ସର୍ବଦା ସୁବିଧାଜନକ ଓ ସହଜ ବ୍ୟବସାୟ ଯୋଗ୍ୟ ପରିବେଶ ଯୋଗାଇ ଆସିଛୁ । ଏମିତି କି କୋଭିଡ-୧୯ର କଠିନ ସମୟରେ ମଧ୍ୟ ଓଡ଼ିଶା ନିବେଶକଙ୍କୁ ଆକର୍ଷିତ କରିପାରିଛି । ପୂର୍ବରୁ ରହିଥିବା ସେହି ବିଶ୍ୱାସକୁ ଅତୁଟ ରଖିବାରେ ସଫଳ ହୋଇଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ଉଦ୍ଘାଟିତ ହେଇଥିବା ବିଭିନ୍ନ ପ୍ରକଳ୍ପ ହିଁ ଭିନ୍ନ କ୍ଷେତ୍ରରୁ ନିବେଶ ପାଇଁ ଆମ ତରଫରୁ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ହେଉଥିବା ପ୍ରୟାସର ପ୍ରମାଣ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୯୯୯.୯୯ କୋଟି ଟଙ୍କା ମୂଲ୍ୟର ୧୭ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଛନ୍ତି, ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ସରକାର କର୍ମନିଯୁକ୍ତି ପ୍ରଦାନ କରିବା ପାଇଁ ବହୁବିଧ ଯୋଜନା ଓ ପରିକଳ୍ପନା କରି ନିବେଶକଙ୍କ ଦୃଷ୍ଟି ଓଡ଼ିଶା କୈନ୍ଦ୍ରିକ କରିବା ପାଇଁ ଚେଷ୍ଟା କରୁଛୁ । ଆମ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନରେ ସୀମିତ ନୁହେଁ । ବରଂ ଅଧିକରୁ ଅଧିକ ମହିଳାଙ୍କୁ କର୍ମକ୍ଷେତ୍ରକୁ ଆଣି ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା ଆମ ଲକ୍ଷ୍ୟ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରମୁଖ ଶାସନ ସଚିବ ଶିଳ୍ପ, ହେମନ୍ତ ଶର୍ମା, 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍, ପ୍ରମୁଖ ଶାସନ ସଚିବ MSME ସତ୍ୟବ୍ରତ ସାହୁ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲାମ ଉପସ୍ଥିତ ଥିଲେ ।ଏହି ଅବସରରେ ଶିଳ୍ପପତି ପୁରୁଷୋତ୍ତମ ମଲାନୀ, ଅଶୋକ ଅଗ୍ରୱାଲ ଓ ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୯୯୯.୯୯ କୋଟି ଟଙ୍କା ମୂଲ୍ୟର ୧୭ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଏହି ବିବିଧ ଶିଳ୍ପ ଗୁଡିକ ବରଗଡ଼, ମୟୂରଭଞ୍ଜ, ବାଲେଶ୍ଵର ଓ କଟକ ଜିଲ୍ଲା ମଧ୍ୟରେ ଅବସ୍ଥିତ। ଏହି ପ୍ରକଳ୍ପ କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ଗୁଡିକରେ ବିସ୍ତାରିତ ହୋଇଛି । ଏହି ଶିଳ୍ପ ଗୁଡ଼ିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି ।
ଉଦଘାଟିତ ହୋଇଥିବା ପ୍ରକଳ୍ପ:
● ବାଲେଶ୍ଵର ଖନ୍ତାପଡାରେ ୫୩.୦୮ କୋଟି ଟଙ୍କା ବିନିଯୋଗରେ ହାଇ ଲ୍ୟାଣ୍ଡ ଏଗ୍ର ଦ୍ୱାରା ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା ହେବ । ଯାହା ୪୪୫ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କରିବ ।
● ଜୟମଙ୍ଗଳ, ଖୋର୍ଦ୍ଧାରେ ଶ୍ରୀ ମଲାନି ଫୋମ୍ସ ଦ୍ୱାରା ୧୩୫ କୋଟି ଟଙ୍କାର ବିନିଯୋଗ ମାଧ୍ୟମରେ ଏକ ପଲିୟୁରାଥେନ ଫୋମ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ । ଯାହା ଅନ୍ୟୁନ ୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ।
● ଗଞ୍ଜାମର ଗୋପାଳପୁରଠାରେ ସ୍ପେସାଡ଼ି ରିଜର୍ଟ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ୨୨.୯୬ କୋଟି ବିନିଯୋଗରେ ଏକ ରିଜର୍ଟ ନିର୍ମାଣ ହେବ । ଯାହା ୭୫ ଜଣଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବ ।
● ଉତ୍କଳ ସ୍ପେସିଆଲିଟି ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଦ୍ୱାରା ୭.୬୧ କୋଟି ବିନିଯୋଗରେ ନିର୍ମିତ ପେପର ଓ ପ୍ୟାକେଜିଙ୍ଗ କେନ୍ଦ୍ର, ଯାହା ପାଖାପାଖି ୪୫ ଜଣଙ୍କୁ କର୍ମନିଯୁକ୍ତି ପ୍ରଦନ କରିବ ।
● ଛତାବର, ଖୋର୍ଦ୍ଧାରେ ମେହାନ ଇଣ୍ଡଷ୍ଟ୍ରିଜ ଦ୍ୱାରା ୫.୮୨ କୋଟି ଟଙ୍କା ବିନିଯୋଗରେ ଏକ ମ୍ୟାଟ୍ରେସେସ ଓ ଫୋମ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ । ଯାହା ୮୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ ।
● ପଦ୍ମାବତୀ ଆମ୍ୟୁଜମେଣ୍ଟ ପାର୍କ ଦ୍ୱାରା ବାଲେଶ୍ଵରରେ ୫.୦୫ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏକ ଉଦ୍ୟାନ ଯାହା ଅତିକମରେ ୬୩ ଜଣଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବ।
● ଆକ୍ବା ଆଇଜଲ୍ୟାଣ୍ଡ ଦ୍ୱାରା ୪.୭୫ କୋଟି ଟଙ୍କାରେ ନିର୍ମିତ ବରଗଡଠାରେ ନିର୍ମିତ ଏକ ୱାଟର ପାର୍କ । ଯାହା ୩୦ ଜଣଙ୍କୁ ନିଯୁକ୍ତି ମିଳି ପାରିବ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୯୯୯.୯୯ କୋଟି ଟଙ୍କା ମୂଲ୍ୟର ୧୭ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଶିଳାନ୍ୟାସ ହେଇଥିବା ପ୍ରକଳ୍ପ:
● ୨୨୫ କୋଟି ଟଙ୍କା ବିନିଯୋଗରେ ପାରାଦୀପ ଠାରେ ଇଫକୋ ଦ୍ୱାରା ନିର୍ମିତ ହେବାକୁ ଥିବା ଏକ କ୍ଷୁଦ୍ର ୟୁରିଆ କେନ୍ଦ୍ର ଯାହା ଅନ୍ୟୁନ ୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
● ୨୦୦ କୋଟି ବିନିଯୋଗରେ କୋଷ୍ଟଲ ବାଇଓଟେକ ଦ୍ୱାରା ଗଜପତି ଠାରେ ନିର୍ମିତ ହେବାକୁ ଥିବା ଶସ୍ୟ ଭିତ୍ତିକ ମଦ୍ୟ ଉତ୍ପାଦନ କେନ୍ଦ୍ର ଯାହା ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କରିବ ।
● ୧୯୦ କୋଟି ଟଙ୍କା ବିନିଯୋଗରେ ହରିଦାସପୁର ଯାଜପୁର ଠାରେ ଥିବା ରାମକୋ ସିମେଣ୍ଟ କାରଖାନାର ପ୍ରତି ବର୍ଷ ଅତିରିକ୍ତ ଉତ୍ପାଦନ କ୍ଷମତା ୦.୯ ମେଟ୍ରିକ ଟନ୍ ବୃଦ୍ଧି କରି ଅନ୍ୟୁନ ୬୦ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ।
● କୁଆଁରମୁଣ୍ଡା, ସୁନ୍ଦରଗଡ ଠାରେ ଥିବା ସର୍ବେଶ ରିଫ୍ରାକ୍ରିଟିଜର ସମ୍ପ୍ରସାରଣ ପାଇଁ ୧୨୩.୨୫ କୋଟି ଟଙ୍କା ବିନିଯୋଗ କରି ୨୮୯ ଲୋକଙ୍କୁ କର୍ମନିଯୁକ୍ତ ପ୍ରଦାନ କରାଯିବ ।
● ୬୩.୨୫ କୋଟି ବିନିଯୋଗ ବିରୁଦ୍ଧରେ ବାଲେଶ୍ଵରରେ AAC ବ୍ଲକ୍ ଏବଂ ସିମେଣ୍ଟ ସ୍ୟାଣ୍ଡୱିଚ୍ ପ୍ୟାନେଲ ଉତ୍ପାଦନ ପାଇଁ ଏକ ଉତ୍ପାଦନ ୟୁନିଟ୍, ଯାହା ୨୬୫ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
●୨୫.୭୭ କୋଟି ନିବେଶ ଜରିଆରେ ଶିବକ୍ଷେତ୍ର ଏଗ୍ରୋ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ଏକ ଅଣ୍ଡା ସ୍ଫୁଟନ କେନ୍ଦ୍ର, ଯାହା ୧୧୫ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
● ୨୫.୭୭ କୋଟି ବିନିଯୋଗରେ ପିପିପି ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ଚମ୍ପାଝର, ଖୋର୍ଦ୍ଧା ଠାରେ ଏକ LLDPE ଫ୍ଲାଟ ଇଣ୍ଡ୍ରିପ୍ ଏବଂ HDPE ସ୍ପ୍ରିଙ୍କଲର ପାଇପ୍ ଉତ୍ପାଦନ ୟୁନିଟ୍, ଯାହା ୧୧୫ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୯୯୯.୯୯ କୋଟି ଟଙ୍କା ମୂଲ୍ୟର ୧୭ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
● ରାମଦାସପୁର କଟକଠାରେ ୨.୫୫ କୋଟି ବିନିଯୋଗରେ ଜେନେସିସ ସିଷ୍ଟେକ ଦ୍ୱାରା ଏକ ୟୁଭି ପ୍ରିଣ୍ଟିଂ ବୋର୍ଡ ଉତ୍ପାଦନ କେନ୍ଦ୍ର, ଯାହା ୧୪ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।● ୨.୫୦ କୋଟି ବିନିଯୋଗରେ ନିବେଦିତା ପଲିମର ଦ୍ୱାରା ବାଲେଶ୍ଵର ସୋମନାଥପୁରରେ ଏକ ପ୍ଲାଷ୍ଟିକ୍ ଦଉଡି ଉତ୍ପାଦନ ୟୁନିଟ୍, ଯାହା ୩୪ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।● ୧.୮୦ କୋଟି ବିନିଯୋଗ ଦ୍ୱାରା ବାଲେଶ୍ଵର ସୋମନାଥପୁରରେ ଏକ ମେଡିକାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ଅମ୍ଳଜାନ ଉତ୍ପାଦନ ୟୁନିଟ୍, ଯାହା ୨୧ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ