ଓଡିଶା

odisha

ETV Bharat / city

ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ମୁକାବିଲା ପ୍ରସ୍ତୁତି ତଥ୍ୟ ରଖିଲେ SRC - ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ବାତ୍ୟା ‘ୟସ’ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଜାଗ ରହିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ । ଅଧିକ ପଢନ୍ତୁ...

ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ମୁକାବିଲା ପ୍ରସ୍ତୁତି ତଥ୍ୟ ରଖିଲେ ଏସଆରସି
ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ମୁକାବିଲା ପ୍ରସ୍ତୁତି ତଥ୍ୟ ରଖିଲେ ଏସଆରସି

By

Published : May 25, 2021, 6:21 PM IST

Updated : May 25, 2021, 7:17 PM IST

ଭୁବନେଶ୍ବର:ବାତ୍ୟା ‘ୟସ’ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିସି ଜରିଆରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ, ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ମୁକାବିଲା ପ୍ରସ୍ତୁତି ତଥ୍ୟ ରଖିଲେ SRC

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଇଛି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । କେଉଁ ଜିଲ୍ଲାରେ କେତେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ସେଠାରେ କଣ ସବୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ତାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ତଥ୍ୟ ରଖିଥିଲେ ସ୍ବତନ୍ତ୍ର ରିଲିଫ କମିଶନର ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟାର ବର୍ତ୍ତମାନ ସ୍ଥିତି ଓ ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିବା ସହ ରାଜ୍ୟର ପ୍ରତିଟି ଜୀବନ ମୁଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଲୋକମାନଙ୍କୁ ସୁରକ୍ଷିତ ରହିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2021, 7:17 PM IST

ABOUT THE AUTHOR

...view details