ଓଡିଶା

odisha

ETV Bharat / city

ଓଡିଶାର ପ୍ରଥମ ବହୁତଳ ପାର୍କିଂ କୋଠା ନନ୍ଦନକାନନରେ ଉଦଘାଟନ - ଓଡ଼ିଶାର ପ୍ରଥମ ବହୁତଳ ପାର୍କିଙ୍ଗ କୋଠା ନନ୍ଦନକାନନରେ ଉଦଘାଟନ

ଓଡ଼ିଶାର ପ୍ରଥମ ବହୁତଳ ପାର୍କିଂ କୋଠା ନନ୍ଦନକାନନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୪ ମହଲା ବିଶିଷ୍ଟ ପାର୍କିଙ୍ଗ ସ୍ଥଳରେ ୫୮୩ଟି ଚାରିଚକିଆ ଜାନ ରହିବାର ସୁବିଧା ରହିଛି । ଅଧିକ ପଢନ୍ତୁ

ଓଡ଼ିଶାର ପ୍ରଥମ ବହୁତଳ ପାର୍କିଙ୍ଗ କୋଠା ନନ୍ଦନକାନନରେ ଉଦଘାଟନ
ଓଡ଼ିଶାର ପ୍ରଥମ ବହୁତଳ ପାର୍କିଙ୍ଗ କୋଠା ନନ୍ଦନକାନନରେ ଉଦଘାଟନ

By

Published : May 27, 2022, 9:17 PM IST

Updated : May 27, 2022, 9:35 PM IST

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ବହୁତଳ ପାର୍କିଂ କୋଠା ନନ୍ଦନକାନନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୪ ମହଲା ବିଶିଷ୍ଟ ପାର୍କିଙ୍ଗ ସ୍ଥଳରେ ୫୮୩ଟି ଚାରିଚକିଆ ଜାନ ରହିବାର ସୁବିଧା ରହିଛି ।

ଓଡ଼ିଶାର ପ୍ରଥମ ବହୁତଳ ପାର୍କିଙ୍ଗ କୋଠା ନନ୍ଦନକାନନରେ ଉଦଘାଟନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ନନ୍ଦନକାନନରେ ୩୫ କୋଟି ୪୨ ଲକ୍ଷ୍ୟ ୭୯ ହଜାର ଟଙ୍କା ନିର୍ମିତ କରାଯାଇଛି ଏହି ବହୁତଳ ପାର୍କିଙ୍ଗ କୋଠଘର । ପ୍ରତ୍ୟେକ ପାର୍କିଙ୍ଗ ମହଲା ୫ ହଜାର ୬ ଶହ ବର୍ଗ ମିଟରରେ ନିର୍ମିତ ହୋଇଛି ।

ଓଡିଶାର ପ୍ରଥମ ବହୁତଳ ପାର୍କିଂ କୋଠା ନନ୍ଦନକାନନରେ ଉଦଘାଟନ

ପାର୍କିଂଙ୍ଗର ଚତୁର୍ପାଶ୍ୱରେ ୨ ହଜାର ଦୁଇ ଚକିଆ ଜାନ ରହିବାର ସୁବିଧା ରହିଛି । ସାଇକେଲ ୫ ଟଙ୍କା, ବାଇକ ୨୦ ଟଙ୍କା, କାର ୫୦ ଟଙ୍କା, ବସ ୭୦ ଟଙ୍କା ଟିକେଟ ମୂଲ୍ୟ ରହିଛି । ୬ ଘଣ୍ଟା ପାର୍କିଂଙ୍ଗର ସମୟସୀମା ରଖାଯାଇଛି ।

ଓଡିଶାର ପ୍ରଥମ ବହୁତଳ ପାର୍କିଂ କୋଠା ନନ୍ଦନକାନନରେ ଉଦଘାଟନ

ଏହି ମଲ୍ଟି ପାର୍କିଙ୍ଗ ସ୍ଥଳ ସମ୍ପୂର୍ଣ୍ଣ ସିସି କ୍ୟାମେରା ନିରୀକ୍ଷଣ କରାଯାଉଥିବା ବେଳେ, ଅଚାନକ କୌଣସି ନିଆଁ ଲାଗିବାର ଦୁର୍ଘଟଣାକୁ ଏଡାଇବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା ରଖାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ସୁବିଧା ପାଇଁ ଏହି ପ୍ରକଳ୍ପ ନିର୍ମିତ କରାଯାଇଛି ।

ଏହି ଉଦଘାଟନ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 27, 2022, 9:35 PM IST

ABOUT THE AUTHOR

...view details