ଓଡିଶା

odisha

ETV Bharat / city

ଆରମ୍ଭ ହେଲା 3ୟ ଓଡିଶା ଟ୍ରାଭେଲ ବଜାର - ଭୁବନେଶ୍ବରର ତୃତୀୟ ଟ୍ରାଭେଲ ବଜାର

ତୃତୀୟ ଓଡିଶା ଟ୍ରାଭେଲ ବଜାରର ଶୁଭ ଉଦଘାଟନ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Oct 15, 2019, 8:25 AM IST

ଭୁବନେଶ୍ବର: ତୃତୀୟ ଓଡିଶା ଟ୍ରାଭେଲ ବଜାରର ଶୁଭ ଉଦଘାଟନ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ସମୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି କହିଛନ୍ତି । ସହ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପାଇଁ ମଧ୍ୟ ଯୋଜନା ହେଉଛି । ଶାମୁକା ଭଳି ପ୍ରକଳ୍ପ ହାତକୁ ନିଆଯାଉଥିବା କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଓଡ଼ିଶାରେ ଅନେକ ପ୍ରକାର ପର୍ଯ୍ୟଟନ ଯେପରିକି ଇକୋ ଟୁରିଜିମ, ହେଲଥ ଓ ସ୍ପୋର୍ଟସ ଟୁରିଜିମ କ୍ଷେତ୍ରରେ ବିଶେଷ ଲକ୍ଷ୍ୟ ହାସଲ ହୋଇପାରିଛି। ତେବେ ଅନ୍ୟ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବା ଦିଗରେ ସରକାର କାର୍ଯ୍ୟକରୁଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ତେବେ ଓଡିଶା ଏକ ଏପରି ରାଜ୍ୟ ଯେଉଁଠି ଦେଶର ଅନ୍ୟ ରାଜ୍ୟମାନଙ୍କ ନିକଟରେ ଥିବା ପର୍ଯ୍ୟଟନର ସମସ୍ତ ବୈଭବ ଦେଖିବାକୁ ମିଳେ। କିନ୍ତୁ ଏଠାକୁ ବିଭିନ୍ନ କ୍ଷେତ୍ରରେ ସଂଯୁକ୍ତ କରିବାକୁ ଥିବା ଯୋଗାଯୋଗ ବ୍ୟବସ୍ଥା ମୁଖ୍ୟତଃ ବିମାନ ଯୋଗାଯୋଗ ଓ ରାଜ୍ୟରେ ଯଥେଷ୍ଟ ପରିମାଣର ଯାତ୍ରୀମାନଙ୍କ ରହିବା ପାଇଁ ହୋଟେଲ ନାହିଁ । ସେଥିପାଇଁ ମୁଖ୍ୟତଃ ବିଦେଶୀ ପର୍ଯ୍ୟଟକ କମ ଆସୁଥିବା ଜଣାପଡିଛି।

ଅଧିକ ହୋଟେଲ ନିର୍ମାଣ ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନର ସଭାପତି ଜେ କେ ମହାନ୍ତି ପ୍ରସ୍ତାପ ଦେଇଥିଲେ । ଉଦଘାଟିତ ହୋଇଥିବା ଏହି ଟ୍ରାଭେଲ ବଜାରରେ 15ଟି ଦେଶ ସମେତ ଆମ ଦେଶର ବିଭିନ୍ନ ରାଜ୍ୟରୁ ଅନେକ ଟ୍ରାଭେଲ ଏଜେଣ୍ଟ ଓ ଓଡିଶାରୁ ପ୍ରାୟ 53 ଜଣ ସେଲର ଭାଗ ନେଇଛନ୍ତି । ସପ୍ତାହେ ଧରି ଚାଲିବାକୁ ଥିବା ଏହି ଟ୍ରାଭେଲ ବଜାର ଉଭୟ ଦେଶ ଓ ବିଦେଶରୁ ଆସିଥିବା ଟ୍ରାଭେଲ ଏଜେଣ୍ଟ ମାନଙ୍କୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରାଇବାର କାର୍ଯ୍ୟକ୍ରମ ରହିଛି । ଏଥିସହତ ବି ଟୁ ବି ମିଟିଂ ଆୟୋଜନ କରାଯିବାର ବ୍ୟବସ୍ଥା ହୋଇଥିବା ଜଣାପଡିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details