ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଯୋଗେ ଜିଲ୍ଲାରେ ଯୋଜନାର ଉଦଘାଟନ କରିଛନ୍ତି । ସଦର ମହକୁମାରେ ଆୟୋଜିତ ଉତ୍ସବରେ ରାଜ୍ୟ ଅବକାରୀ ଅର୍ଥ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ଯୋଗଦେଇଥିଲେ । ଏହାସହ ଏହି ଯୋଜନାରେ ହିତାଧିକାରୀମାନେ ପାଉଥିବା ସ୍ବାସ୍ଥ୍ୟ ସହାୟତା ସଂପର୍କରେ ସେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଭିସି ଯୋଗେ ନିଜ ଆବାସରୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ, ସଭାସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ଯୋଜନା ସଂଯୋଜନା ଓ ପରିବହନ ମନ୍ତ୍ରୀ ତଥା ଜିଲ୍ଲାର ଅନ୍ୟତମ ବିଧାୟକ ପଦ୍ମନାଭ ବେହେରା ସାମିଲ ହୋଇଥିଲେ । ଅନ୍ୟତମ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଜିଲ୍ଲା ପାଇଁ ତଥା ପଶ୍ଚିମ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ କରୁଥିବା ବିକାଶ ମୂଳକ କାମ ସମ୍ପର୍କରେ ସୂଚନା ଦେଇଥିଲେ ।