ଓଡିଶା

odisha

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ

By

Published : Sep 4, 2022, 1:37 PM IST

Updated : Sep 4, 2022, 1:45 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ(Lifetime Achievement Award)ରେ ସମ୍ମାନ । ଅଧିକ ପଢନ୍ତୁ

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ
ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ

ନୂଆଦିଲ୍ଲୀ:ଜୀବନବ୍ୟାପୀ ସାଧନା ସମ୍ମାନ(Lifetime Achievement Award)ରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି(Capital Foundation Society) ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ନିଜର ଉଲ୍ଲେଖନୀୟ ନେତୃତ୍ବ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କ ଠାରୁ ନବୀନ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରିଛନ୍ତି ।

ଦିଲ୍ଲୀରେ ଏବେ ବିଜେଡିର କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ଏତେ ବଡ ସମ୍ମାନ ପାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସବୁ ଜିଲ୍ଲା ଯୁବ ଓ ଛାତ୍ର ସଭାପତିଙ୍କୁ ଦିଲ୍ଲୀ ନିଆଯାଇଛି । ପାରମ୍ପରିକ ନାଚ, ଗୀତ ଆଦିର ବ୍ୟବସ୍ଥା କରାଯାଇଛି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ । ତେବେ ଦିଲ୍ଲୀ ଦରବାର ଓ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିବା ଆଳରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି ।

ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ଏକାଧିକ ହେବିୱେଟ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି । ପଲିଟିକାଲ କ୍ୟାପିଟାଲ ଦିଲ୍ଲୀ ଓ ଭୁବନେଶ୍ବରରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିବ । ଦିଲ୍ଲୀରେ ପ୍ରାୟ ୫ ହଜାର ଲୋକଙ୍କୁ ନେଇ ନବୀନଙ୍କୁ ସମ୍ବର୍ଦ୍ଧିତ ଆଳରେ କେନ୍ଦ୍ରୀୟ ବିଜେପିକୁ କଡା ବାର୍ତ୍ତା ଦେବାକୁ ପ୍ରୟାସ କରିବ ବିଜେଡି । ଏହା ସହ ଭୁବନେଶ୍ବରରେ ନବୀନଙ୍କୁ ସ୍ବାଗତ କରିବା ଆଳରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରା କରିବାକୁ ଯୋଜନା କରିଛି ।

ଏହାମଧ୍ୟ ପଢନ୍ତୁ:କମିବ ଗୁଳୁଗୁଳି, ରାଜ୍ୟରେ ୫ରୁ ବଢିବ ବର୍ଷା

ଏଥିପାଇଁ ଦଳ ପକ୍ଷରୁ କିଛି ବିଧାୟକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଦିଲ୍ଲୀ ପଠାଯାଇଛି । ଦିଲ୍ଲୀରେ କାର୍ଯ୍ୟକ୍ରମର ଅନୁମତି, ଅନ୍ୟାନ୍ୟ ବ୍ୟବସ୍ଥା କରିବା ସହ ଶକ୍ତି ପ୍ରଦର୍ଶନ ଲାଗି ଲୋକବଳ ଯୋଗାଡ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସମ୍ବର୍ଦ୍ଧିତ ହେବା ପରେ ସେଠାରେ ଲୋକଙ୍କୁ ଏକଜୁଟ କରି ନବୀନଙ୍କୁ ସ୍ବାଗତ କରାଯିବାର ଯୋଜନା କରିଛି ଦଳ । ଏଥିପାଇଁ ସାଂସଦ, ବିଧାୟକ ଓ ଦଳର ଯୁବ, ଛାତ୍ର, ମହିଳା କର୍ମକର୍ତ୍ତାଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ 6 ତାରିଖରେ ନବୀନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯିବ । ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଜିଲ୍ଲାରୁ କର୍ମକର୍ତ୍ତାଙ୍କୁ ଭୁବନେଶ୍ବର ଆଣିବା ବ୍ୟବସ୍ଥା କରିବା ପାଇଁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Last Updated : Sep 4, 2022, 1:45 PM IST

ABOUT THE AUTHOR

...view details