ଓଡିଶା

odisha

ETV Bharat / city

Chopper Crash: ଗ୍ରୁପ କ୍ୟାପଟେନ ବରୁଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ - ବରୁଣ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଚିକିତ୍ସାଧୀନ ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁ । ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା । ଅଧିକ ପଢନ୍ତୁ

IAF Helicopter Crash: ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
IAF Helicopter Crash: ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

By

Published : Dec 15, 2021, 4:27 PM IST

ଭୁବନେଶ୍ବର:ସିଡିଏସଙ୍କୁ ନେଇ ଯାତ୍ରା କରୁଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜୀବିତ ଉଦ୍ଧାର ହୋଇ ଚିକିତ୍ସାଧୀନ ଥିବା ବାୟୁସେନା ଗ୍ରୁପ କ୍ୟାପଟେନ ବରୁଣ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦୁଖଃ ପ୍ରକାଶ କରିବା ସହ ବରୁଣଙ୍କ ସମେତ ସମସ୍ତ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଟ୍ବିଟ କରିଛନ୍ତି ।

ହେଲିକପ୍ଟରରେ ସିଡିଏସ ରାଓ୍ବତ ଦମ୍ପତିଙ୍କ ସମେତ ମୋଟ ୧୪ଜଣ ଯାତ୍ରା କରୁଥିବା ବେଳେ ଦୁର୍ଘଟଣା ଦିନ ହିଁ ୧୩ଜଣ ପ୍ରାଣ ହରାଇଥିଲେ । ତେବେ ଗ୍ରୁପ କ୍ୟାପଟେନ ବରୁଣଙ୍କୁ ଜୀବିତ ତଥା ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସେନା ହସ୍ପିଟାଲରୁ ବେଙ୍ଗାଲୁରୁକୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲ ।

ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ:-IAF Helicopter Crash: ଜୀବନ ଯୁଦ୍ଧରେ ହାରିଗଲେ କ୍ୟାପଟନ ବରୁଣ ସିଂହ

ଗତ ୮ ତାରିଖରେ ତାମିଲନାଡୁ କୁନ୍ନୁର ନୀଳଗିରି ଜିଲ୍ଲାରେ ଘଟିଥିବା ଭୟଙ୍କର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଜି ଚିକିତ୍ସାଧୀନ କ୍ୟାପଟେନ ବରୁଣଙ୍କ ମୃତ୍ୟୁ ହେବା ପରେ ବାୟୁସେନା ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

For All Latest Updates

ABOUT THE AUTHOR

...view details