ଭୁବନେଶ୍ବର:ପୁର୍ନଗଠିତ ହୋଇଛି ବିଜେଡିର ଛାମୁଆ ସଂଗଠନ । ଯୁବ ବିଜେଡି(Biju Yuva Janata Dal)ର କଳେବର କରାଯାଇ ଜୁମ୍ବୋ ଟିମ(Bjd Zumbo Team) ଗଠନ କରାଯାଇଛି । 2024 ସାଧାରଣ ନିର୍ବାଚନ(General Election 2024)କୁ ଦୃଷ୍ଟିରେ ରଖି ସଂଗଠନ ସଜାଡ଼ିବାକୁ ନିଷ୍ପତ୍ତି ନେଇଛି ଦଳ । ଦଳ ଭିତରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଯୁବ ବିଜେଡିର ଜୁମ୍ବୋ ଟିମ ପୁନର୍ଗଠିତ କରାଯାଇଛି । 2020 ସେପ୍ଟେମ୍ବରରେ ଦଳକୁ ପୁନର୍ଗଠନ କରିଥିବା ସୁପ୍ରିମୋ ପୁଣିଥରେ ଯୁବ ବିଜେଡିର ନବକଳେବର କରି ଏହି ବିଶାଳ ଟିମ ଗଠନ କରିଛନ୍ତି ।
ପୂର୍ବରୁ ଯୁବ ବିଜେଡି ସଭାପତି ତାଲିକା ପ୍ରକାଶ କରୁଥିବାବେଳେ ଚଳିତଥର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯୁବ ବିଜେଡି ସଭାପତିଙ୍କ ବଦଳରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ତାଲିକା ପ୍ରକାଶ ପାଇଛି । ବିଧାୟକମାନଙ୍କ ଲବିରେ ତାଲିକା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ନୂତନ ଭାବେ 60 ଜଣଙ୍କୁ ଯୁବ ବିଜେଡି ରାଜ୍ୟ କର୍ମକର୍ତ୍ତା ତାଲିକାରେ ସାମିଲ କରାଯାଇଥିବା ବେଳେ 35ଟି ସାଂଗଠନିକ ଜିଲ୍ଲାର ଯୁବ ସଭାପତିଙ୍କୁ ମଧ୍ୟ ପୁନଃନିଯୁକ୍ତି ମିଳିଛି । ଫଳରେ ଯୁବ ବିଜେଡିର କର୍ମକର୍ତ୍ତାଙ୍କ ସଂଖ୍ୟା 194କୁ ବୃଦ୍ଧି ପାଇଛି । ଏଥିରେ 3 ଜଣ ବରିଷ୍ଠ ଉପସଭାପତି, 7 ଜୋନ ସଭାପତି,13 ଜଣ ଉପସଭାପତି, 46 ଜଣ ସାଧାରଣ ସମ୍ପାଦକ, 63 ଜଣ ସମ୍ପାଦକ ଓ 23 ଜଣ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।
3 ବରିଷ୍ଠ ଉପସଭାପତି
ସେହିପରି ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ପଦବୀକୁ 1ରୁ 3କୁ ବୃଦ୍ଧି କରାଯାଇଛି । ବରିଷ୍ଠ ଉପସଭାପତି ପଦ 3ରେ ସୀମିତ ଥିଲେ ମଧ୍ୟ ଛାତ୍ର ବିଜେଡିର ପୂର୍ବତନ ସଭାପତି ରାଣାପ୍ରତାପ ପାତ୍ରଙ୍କୁ ସଂଗଠନରୁ ବାଦ ଦିଆଯାଇଛି। ରାଣାପ୍ରତାପଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିବାବେଳେ ସେ ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି । ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାୟକ ନିଜର ପଦ ବଜାୟ ରଖିଛନ୍ତି । ଶୁଭେନ୍ଦୁ ମଙ୍ଗରାଜ ଓ ଦୀପ୍ତିରଞ୍ଜନ ମାର୍ଥାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ଉଭୟ ପୂର୍ବରୁ ଯୁବ ବିଜେଡିର ବରିଷ୍ଠ ଉପସଭାପତି ଥିଲେ । ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଏଲିନା ଦାଶ ପୂର୍ବଭଳି ଯୁବ ବିଜେଡିର ମହାସଚିବ ଭାବେ କାର୍ଯ୍ୟ କରିବେ । 3 ବରିଷ୍ଠ ଉପ ସଭାପତି ହେଲେ ଜୌସ୍ନାମୟୀ ପରିଡା, ଡ. ସୁବାସ ଚନ୍ଦ୍ର ନାୟକ ଓ ମଣ୍ଟୁ ନାୟକ ।
7 ଜୋନ ସଭାପତି