ଭୁବନେଶ୍ବର:ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି । ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ନୂଆ ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ି ଚାଲିଥିଲା ।
କେନ୍ଦ୍ର ସରକାର ଗତକାଲି ରାତିରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ । ପେଟ୍ରୋଲ ଓ ଡିଜେଲର ମହଙ୍ଗା ଦରରେ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଆସିଛି ଭଲ ଖବର । ରାଜ୍ୟ ସରକାରଙ୍କ ଭାଟ୍ ହ୍ରାସ ନେଇ ଘୋଷଣା ଦ୍ବାରା ରାଜ୍ୟବାସୀ ଅତିରିକ୍ତ ୩ ଟଙ୍କାର ରିହାତି ପାଇବେ ।