ଓଡିଶା

odisha

ETV Bharat / city

ପ୍ରବାସୀ ଶ୍ରମିକଙ୍କ ପାଇଁ ନବୀନଙ୍କ ପ୍ୟାକେଜ; ଗଠନ ହେଲା କର୍ପସ ଫଣ୍ଡ - ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଆଉ କେହି ଯିବେ ନାହିଁ ଦାଦନ ଖଟି । ଏଣିକି ରାଜ୍ୟରେ ମିଳିବ କାମ । ସରକାର ଘୋଷଣା କଲେ ପାଣ୍ଠି । କେଉଁ ପାଣ୍ଠିକୁ ମିଳିଲା କେତେ ଟଙ୍କା ପଢନ୍ତୁ ସଂପୂର୍ଣ୍ଣ ଖବର...

ପ୍ରବାସୀ ଶ୍ରମିକଙ୍କ ପାଇଁ ଦରଦ
ପ୍ରବାସୀ ଶ୍ରମିକଙ୍କ ପାଇଁ ଦରଦ

By

Published : Jan 15, 2020, 5:16 PM IST

ଭୁବନେଶ୍ବର: ଦୀର୍ଘଦିନ ପରେ ପ୍ରବାସୀ ଶ୍ରମିକଙ୍କ କଥା ରାଜ୍ୟ ସରକାରଙ୍କ ମନେ ପଡିଲା । ଆଜି ଭୁବନେଶ୍ବର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଘୋଷଣା ହୋଇଥବା ପ୍ୟାକେଜ ବିଶେଷ କରି ରାଜ୍ୟର ଦାଦନ ପ୍ରବଣ ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଦାଦନ ଶ୍ରମିକଙ୍କ ଜୀବନ ଧାରଣରେ ଉନ୍ନତି କରିବା ସହ ସେମାନଙ୍କୁ ନିଜ ଅଞ୍ଚଳରେ ରୋଜଗାର ଯୋଗାଇ ଦେବାପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । ଏଥିପାଇଁ 5ଶହ କୋଟିର ଏକ କର୍ପସ ଫଣ୍ଡ ଗଠନ କରାଯାଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ ଦରଦ; ଘୋଷଣା ହେଲା କର୍ପସ ଫଣ୍ଡ


‘2015 ମସିହା ରାଜ୍ୟ ଆକ୍ସନ ପ୍ଲାନ’ ଅନୁଯାୟୀ ଏଥିରେ ବରଗଡ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡିକୁ ସାମିଲ କରାଯାଇଛି। ଘୋଷଣା ଅନୁସାରେ ପ୍ୟାକେଜରେ ପ୍ରଥମ ପର୍ଯ୍ୟାୟରେ ବରଗଡ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ୨୦ଟି ବ୍ଲକରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧ଶହ ଦିନ ବଦଳରେ ଏଣିକି ୨ଶହ ଦିନ କାମ ମିଳିବ । ଏହାସହ ଦୈନିକ ମଜୁରି ୧୮୮ ଟଙ୍କା ପରିବର୍ତ୍ତେ ୨୮୬ ଟଙ୍କାକୁ ବୃଦ୍ଧି କରାଯାଇଛି ।


ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ପୃକ୍ତ ୨୦ଟି ବ୍ଲକର ୪୭୭ଟି ପଞ୍ଚାୟତକୁ ଜୀବିକା ମିଶନ ଯୋଜନା ଅଧୀନରେ ସଘନ ପଞ୍ଚାୟତ ଭାବେ ଗ୍ରହଣ କରାଯିବ। ଏହି ଯୋଜନା ମାଧ୍ୟମରେ ସମସ୍ତ ଗ୍ରାମରେ ପ୍ରତ୍ୟେକ ପରିବାରର ମହିଳା ସଦସ୍ୟମାନଙ୍କୁ ସ୍ବଂୟ ସହାୟକ ଗୋଷ୍ଠିରେ ସାମିଲ କରାଯିବ । ସେମାନଙ୍କ ସ୍ବାସ୍ଥ୍ୟସେବା ସୁ-ନିଶ୍ଚିତ କରିବା ପାଇଁ ସେମାନଙ୍କର ବୀମା କରାଯିବ । ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ପକ୍କାଘର ନଥିବା ପରିବାରକୁ ପକ୍କା ଘର ଯୋଗାଇ ଦେବେ ସରକାର । ପ୍ରବାସୀ ଶ୍ରମିକଙ୍କୁ ସହାୟତା ପାଇଁ ‘ଶ୍ରମିକ ମିତ୍ର ନିଯୁକ୍ତି ‘ ଏବଂ ଆର୍ଥିକ ସହାୟତା ପାଇବା ପାଇଁ ସହଜ ବ୍ୟବସ୍ଥା ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ଏହି ଉତ୍ସବାରେ ବିଭିନ୍ନ ବର୍ଗର ଲୋକଙ୍କ ସମେତ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଶ୍ରମିକ ବୋର୍ଡର ସଭାପତି ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details