ଓଡିଶା

odisha

By

Published : Oct 28, 2019, 2:45 PM IST

Updated : Oct 28, 2019, 7:46 PM IST

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୫୮୭ ଥାନାକୁ ବାର୍ଷିକ ୧୭.୫ କୋଟି

ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଥାନା ଗୁଡିକ ସମ୍ପର୍କରେ ଲୋକଙ୍କ ମତାମତ ନେଉଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫କୋଟି ଟଙ୍କା ଘୋଷଣା କରିଛନ୍ତି।

୫୮୭ ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନା ଗୁଡିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସମ୍ପର୍କରେ ନିୟମିତ ମତାମତ ନେଉଛନ୍ତି। ଥାନା ଗୁଡିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ସେବା ଯୋଗାଇ ପାରିବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ଫଣ୍ଡ ମଞ୍ଜୁର କରୁଛନ୍ତି । ଏହାସହ ଭୁବନେଶ୍ବର -କଟକ ପୋଲିସ କମିଶନରେଟରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ହଜାର ଟଙ୍କା ଲେଖାଏଁ ଦିଆଯିବ।

ଏହା ସହ ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଓ ୩୫୧ ଗ୍ରାମାଞ୍ଚଳ ଥାନା କୁ ୨୦ ହଜାର ଦେବାକୁ ମଞ୍ଜୁରି ଦେଇଛନ୍ତି । ସେହିପରି 4ଟି ମହିଳା ଥାନା, 5ଟି ଟ୍ରାଫିକ ଥାନା, 15ଟି ରେଳବାଇ ଥାନା, 4ଟି ସାଇବର ଥାନା, ଗୋଟିଏ ଅର୍ଥନୈତିକ ଅପରାଧ ଥାନା ପାଇଁ ମାସିକ ୩୦ହଜାରେ ଟଙ୍କା ଦିଆଯିବ। ଏହାସହ ୧୮ଟି ସାମୁଦ୍ରିକ ଥାନା ଗୁଡିକୁ ୨୦ହଜାର ଟଙ୍କା ଦେବାକୁ ମଞ୍ଜୁର ହୋଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 28, 2019, 7:46 PM IST

ABOUT THE AUTHOR

...view details