ଓଡିଶା

odisha

ETV Bharat / city

Municipal Election: ଗଣତନ୍ତ୍ର ମହାପର୍ବରେ ସାମିଲ ହେବାକୁ ନବୀନ-ଧର୍ମେନ୍ଦ୍ରଙ୍କ ଅପିଲ୍‌

ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ଦେବାରୁ କହିଛନ୍ତି ସିଏମ । ଅଧିକ ପଢନ୍ତୁ

ଗଣତନ୍ତ୍ରକୁ ମଜବୁତ କରିବାକୁ ଭୋଟ ଦେବାକୁ ନବୀନଙ୍କ ଅପିଲ
ଗଣତନ୍ତ୍ରକୁ ମଜବୁତ କରିବାକୁ ଭୋଟ ଦେବାକୁ ନବୀନଙ୍କ ଅପିଲ

By

Published : Mar 24, 2022, 11:11 AM IST

ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୮କୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ନିଜ ନିଜ ପସନ୍ଦର ନେତା ବାଛୁଛନ୍ତି ଜନତା । ଗଣତନ୍ତ୍ରର ଏହି ପର୍ବରେ ସାମିଲ ହେବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ଦେବାରୁ କହିଛନ୍ତି ସିଏମ ।

ଟ୍ବିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତିଟି ଭୋଟ ମୂଲ୍ୟବାନ । ରାଜ୍ୟରେ ଆରମ୍ଭ ହୋଇଥିବା ପୌର ନିର୍ବାଚନରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଗଣତନ୍ତ୍ରକୁ ଆହୁରି ମଜବୁତ କରିବା । ଭୋଟ୍ ଦେବା ସମୟରେ କୋଭିଡ ନିୟମ ପାଳନ ପ୍ରତି ବିଶେଷ ଧ୍ୟାନ ଦେବା ସହ ନିଜେ ଭୋଟ୍ ଦେବା ସହ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୋଟ ଗ୍ରହଣ ଆରମ୍ଭ ହେବା ପରେ ଭୁବନେଶ୍ବର ମହାନଗର ନିଗମର ୫୩ ନମ୍ବର ୱାର୍ଡର ୫୪୪ ନମ୍ବର ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି ସିଏମ ନବୀନ । କଡା ସୁରକ୍ଷା ବଳୟ ମଧ୍ୟରେ ନବୀନ ନିବାସରୁ ଚାଲି ଚାଲି ମତଦାନ କେନ୍ଦ୍ର ନିକଟରେ ପହଞ୍ଚି ଭୋଟ ଦେଇଥିଲେ ସିଏମ ।

ସେହିପରି ଭୋଟ ଦେବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ବିଟ କହି କହିଛନ୍ତି, ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ହେଉଛି । ସମସ୍ତ ଭୋଟର ଭାଇ ଭଉଣୀ ବିଶେଷ ଭାବରେ ଯୁବ ଭୋଟର ମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ବିକାଶରେ ଭାଗୀଦାର ହେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର । ପ୍ରତିଟି ଭୋଟ ମୂଲ୍ୟବାନ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ପ୍ରକାଶ ଥାଉ କି, ଆଜି ୩ଟି ମହାନଗର, ୪୭ଟି ପୌରାଞ୍ଚଳ ଓ ୫୯ଟି ଏନଏସିରେ ଭୋଟ ଗ୍ରହଣ ହେଉଛି । ଇଭିଏମରେ ୬୪୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହେବ । ମୋଟ ୪୦ ଲକ୍ଷ ୫୫ ହଜାର ୫୩ ମତଦାତା ବାଛୁଛନ୍ତି ନେତା । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ଭୋଟ ଗ୍ରହଣ ହେବ । ପୌର ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ,

ABOUT THE AUTHOR

...view details