ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ଆମର ସମ୍ବିଧାନ ନିର୍ମାତା ଓ ସ୍ବାଧୀନତା ସଂଗ୍ରାମୀଙ୍କ ଦୃଷ୍ଟିକୋଣକୁ ଅନୁଭବ କରି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନ୍ୟାୟ, ସ୍ବାଧୀନତା, ସମାନ ଅଧିକାର ପାଇଁ ଉଦ୍ୟମ କରିବା ସହ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ପ୍ରତିଜ୍ଞା କରିବା ।
ଓଡିଶାବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ - ନେତାଙ୍କ ଶୁଭେଚ୍ଛା
11:08 January 26
ପଦ୍ମଶ୍ରୀ ସଦୁର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ 72ତମ ସାଧାରାଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି ।
11:04 January 26
ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଟ୍ବିଟ କରି ବୀର ଯବାନ ଓ ସମସ୍ତ ଭାରତୀୟଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି ।
10:56 January 26
ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ଜଣାଇଲେ ଗଣତନ୍ତ୍ର ଦିବସର ଅଭିନନ୍ଦନ
10:38 January 26
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସମସ୍ତ ଦେଶବାସୀଙ୍କୁ 72ତମ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
09:55 January 26
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଜଣାଇଲେ ଗଣତନ୍ତ୍ର ଦିବସର ଅଭିନନ୍ଦନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ସମସ୍ତ ଦେଶବାସୀଙ୍କୁ 72ତମ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି ।
07:42 January 26
'ଏକ ସଶକ୍ତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା'
ଭୁବନେଶ୍ବର: ଆଜି ଦେଶ ପାଳୁଛି 72 ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ଏକ ସଶକ୍ତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା ।