ଓଡିଶା

odisha

ETV Bharat / city

ଫୋକସରେ ପର୍ଯ୍ୟଟନ: ରାଜଧାନୀରୁ ଉଡିବ ଏକାଧିକ ନୂଆ ବିମାନ - ବିମାନ ସେବା ହେବ ତ୍ବରାନ୍ବିତ

ବିମାନ ସେବା ହେବ ତ୍ବରାନ୍ବିତ, ବିମାନ କମ୍ପାନୀ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ କରିଛନ୍ତି ଆଲୋଚନା । ରାଜ୍ୟରେ ବିମାନ ସେବାକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ବିମାନ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

cm-meeting-on-airlines
cm-meeting-on-airlines

By

Published : Jan 22, 2020, 11:17 PM IST

Updated : Jan 23, 2020, 9:24 AM IST

ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବରରୁ ପ୍ରମୁଖ ୧୪ ଟି ସ୍ଥାନକୁ ଉଡିବ ନୂଆ ବିମାନ। ଭୁବନେଶ୍ବର-ବେଙ୍ଗାଲୁରୁ, ଭୁବନେଶ୍ବର-ବାରଣାସୀ ଭଳି ପ୍ରାୟ ୧୧ଟି ସ୍ଥାନକୁ ଘରୋଇ ଉଡାଣ ଆରମ୍ଭ ହେବା ସହ ଅନ୍ତର୍ଜାତୀୟ ଉଡାଣ ସେବା ମଧ୍ୟ ଆରମ୍ଭ ହେବ। ଭୁବନେଶ୍ବର-ବ୍ୟାଂକକ, ଭୁବନେଶ୍ବର-ଆବୁଧାବୀ, ଭୁବନେଶ୍ବର- ସିଙ୍ଗାପୁରକୁ ଉଡିବ ନୂଆ ବିମାନ। ରାଜ୍ୟରେ ପର୍ଯ୍ୟଟନର ଦ୍ରୁତ ବିକାଶ ନେଇ ରାଜ୍ୟ ସରକାର ଆଉ ଦୁଇ ପାଦ ଆଗେଇଲେ।

ଫୋକସରେ ପର୍ଯ୍ୟଟନ: ରାଜଧାନୀରୁ ଉଡିବ ଏକାଧିକ ନୂଆ ବିମାନ

ଭୁବନେଶ୍ବର ଭାରତରେ ବିମାନ ଉଡାଣରେ ଯାତ୍ରୀଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ୨୯ ପ୍ରତିଶତ ଯାତ୍ରୀଙ୍କ ସଂଖ୍ୟା ବଢିଛି। ଓଡିଶାରୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ଅନ୍ୟ ଯେଉଁଠି ଉଡାଣ ହୋଇନାହିଁ ସେ ସ୍ଥାନକୁ ବିମାନ ଉଡାଣ ହେବ। ବୁଧବାର ଭୁବନେଶ୍ବରରେ, ରାଜ୍ୟରେ ବିମାନ ସେବା ତଥା ଚଳାଚଳ ବୃଦ୍ଧି ନେଇ ୨୧ ବିମାନ ଉଡାଣ କମ୍ପାନୀ ଉଚ୍ଚ ଅଧିକାରୀ, କେନ୍ଦ୍ର ବେସରମାରିକ ବିମାନ ଚଳାଚଳ ସଚିବ, ବିଭାଗୀୟ ଯୁଗ୍ମ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଓଡିଶାକୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ସରକାର ସବସିଡ଼ି ଦେବେ। ନୂତନ ଏୟାରପୋର୍ଟ ପାଇଁ ଜାଗା ଯୋଗାଇ ଦେବେ। ଓଡିଶା ସରକାର ବିମାନ ଇନ୍ଧନରେ ଜିରୋ ପ୍ରତିଶତ ଭ୍ୟାଟ ଟ୍ୟାକ୍ସ ସୁବିଧା ଯୋଗାଇ ଦେଉଥିବା ବେଳେ ଘରୋଇ ବିମାନ ଉଡାଣ ନେଇ ୧ପ୍ରତିଶତ ଭ୍ୟାଟ ଟ୍ୟାକ୍ସ ଦେବେ ଉଡାଣ କମ୍ପାନୀ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୧ଟି ପ୍ରମୁଖ ବିମାନ ଉଡାଣ କମ୍ପାନୀ ମାନଙ୍କର ପ୍ରତିନିଧି ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବଙ୍କ ସହ ବୈଠକରେ ନୂଆ ବିମାନ ସଂଯୋଗୀକରଣ ସହ କାର୍ଯ୍ୟକ୍ଷମ ଥିବା ୫ଟି ଏୟାର ଷ୍ଟ୍ରିପ ଝାରସୁଗୁଡା, ରାଉରକେଲା, କଳାହାଣ୍ଡିର ଉତକେଲା, ଜୟପୁର ଏବଂ ଭୁବନେଶ୍ବରକୁ ସମ୍ପ୍ରସାରଣ ନେଇ ଆଲୋଚନା ହୋଇଥିଲା । ବିଜୁ ବାବୁଙ୍କ ଡାକୋଟା ବିମାନ ଓଡିଶା ଆସିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ସିଙ୍ଗାପୁର ଏୟାରଲାଇନ୍ସର ପ୍ରତିନିଧି କାଲଭିନ କୁଆଁନଙ୍କ ସୂଚନା ଅନୁଯାୟୀ ଯଦି ରାଜ୍ୟ ସରକାର ପ୍ରସ୍ତାବ ଦିଅନ୍ତି ତେବେ ସିଙ୍ଗାପୁର ନିଶ୍ଚିତ ଏ ଉପରେ ବିଚାର ବିମର୍ଷ କରିବ। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି। ସୂଚନା ଥାଉକି ଭୁବନେଶ୍ବରରୁ ଦୈନିକ ୪୩ ଟି ବିମାନ ଉଡାଣ ଭରୁଛି। ଦୈନିକ ୧୦,୦୦୦ ଯାତ୍ରୀ ଯିବା ଆସିବାର ସୁଯୋଗ ପାଉଛନ୍ତି। କେବଳ ଗୋଟିଏ ଅନ୍ତର୍ଜାତୀୟ ଉଡାଣ ଏୟାର ମାଲେସିଆ ଭୁବନେଶ୍ବରରୁ ଉଡାଣ ଭରୁଛି। ଆଜି ଉପସ୍ଥିତ ପ୍ରମୁଖ ବିମାନ କମ୍ପାନୀଙ୍କ ମଧ୍ୟରେ ଏୟାର ଏସିଆ, ଇଣ୍ଡିଗୋ, ଇଣ୍ଡିଆ ଏକ୍ସପ୍ରେସ, ଷ୍ଟାର ଏୟାର, ଅଲାଇନ୍ସ ଏୟାର ଭଳି ଅନ୍ତର୍ଜାତୀୟ ବିମାନ ଉଡାଣ କମ୍ପାନୀ ଯୋଗ ଦେଇଥିଲେ। ରାଜ୍ୟରୁ ଦେଶର ବିଭିନ୍ନ ରାଜ୍ୟ ଏବଂ ବିମାନ ସେବା ଆରମ୍ଭ ହେଲେ ପର୍ଯ୍ୟଟନ ସୁଯୋଗ ବଢିବ । ଏହାସହିତ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହେବ ବୋଲି ଆଶାପ୍ରକଟ ପାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 23, 2020, 9:24 AM IST

ABOUT THE AUTHOR

...view details