ଭୁବନେଶ୍ବର: ଲକ୍ଡାଉନ୍ ସମୟରେ ରାଜ୍ୟରେ ବେକାର ହୋଇ ବସିଛନ୍ତି ମନରେଗା ଶ୍ରମିକ। 21 ଦିନର ଡାକରାକୁ ଓଡିଶା ପୁରା ସମର୍ଥନ ଦେଇଛି। ହେଲେ ଲକ୍ଷ ଲକ୍ଷ ଶ୍ରମିକ ମଜୁରୀ ହରାଇଛନ୍ତି। କାମ ନ ପାଇ ସେମାନେ ମୁଣ୍ଡରେ ହାତ ଦେଇଛନ୍ତି। ଏଭଳି ସମୟରେ ସେମାନଙ୍କୁ 21 ଦିନର ମଜୁରୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ମନରେଗା ଶ୍ରମିକଙ୍କୁ 21 ଦିନର ମଜୁରୀ ଦିଅ - Give MGNREGA workers 21 days' wages
ଲକ୍ଡାଉନ୍ ସମୟରେ ରାଜ୍ୟରେ ବେକାର ହୋଇ ବସିଛନ୍ତି ମନରେଗା ଶ୍ରମିକ। ତେଣୁ ସେମାନଙ୍କୁ 21 ଦିନର ମଜୁରୀ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ମନରେଗା ଶ୍ରମିକଙ୍କୁ 21 ଦିନର ମଜୁରୀ ଦିଅ
ଚିଠିରେ ସେ ଦର୍ଶାଇଛନ୍ତି, ‘ରାଜ୍ୟରେ ପ୍ରାୟ 3 ଲକ୍ଷ 61 ହଜାର 797 ଶ୍ରମିକ ରହିଛନ୍ତି। ଏ ବାବଦରେ ପ୍ରାୟ 380 କୋଟି 39 ଲକ୍ଷ ଟଙ୍କା ଆବଶ୍ୟକ।’ ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ