ଓଡିଶା

odisha

By

Published : Mar 3, 2021, 9:16 PM IST

ETV Bharat / city

ଶିମିଳିପାଳରେ ନିଆଁ, ଜଙ୍ଗଲ ବିଭାଗ ସମେତ ଜିଲ୍ଲାପ୍ରଶାସନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ସମ୍ପର୍କର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ସମ୍ପର୍କର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଶିମିଳିପାଳ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସତର୍କ ରହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ନେବାପାଇଁ ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗ ଓ ଜିଲ୍ଲା ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶିମିଳିପାଳ କେବଳ ଓଡିଶା ବା ଭାରତର ନୁହେଁ ବରଂ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ଏହାର ସୁରକ୍ଷା ପାଇଁ ସତର୍କ ରହିବା ଆବଶ୍ୟକ । ଏଥିସହ ତୁରନ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଶିମିଳିପାଳ ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗ ଡ଼ଃ ମୋନା ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି । ଏଥିରେ କୌଣସି ଜୀବନ ହାନି ଘଟି ନାହିଁ । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ SOP ଜାରି କରାଯାଇଛି । ବଡ ବଡ ଗଛ ମାନଙ୍କର କିଛି କ୍ଷତି ହୋଇନାହିଁ । ତେବେ ଏନେଇ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ DFOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସଚିବ କହିଛନ୍ତି ।

PCCF Wildlife ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ଅଛି । ବୈଠକରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନ, PCCF Wildlife ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details