ଓଡିଶା

odisha

ETV Bharat / city

ସମସ୍ତ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତକର: ମୁଖ୍ୟମନ୍ତ୍ରୀ - ଡ୍ରାଇଭିଙ୍ଗ ଲାଇସେନ୍ସ

ରାଜ୍ୟବାସୀଙ୍କ ସୁବିଧା ପାଇଁ ଅଧିକରୁ ଅଧିକ ଡ୍ରାଇଭିଙ୍ଗ ଲାଇସେନ୍ସ କାର୍ଯ୍ୟାଳୟ ଆରମ୍ଭ କର । ଲୋକଙ୍କ ଜୀବନ ରକ୍ଷା ପାଇଁ ଯାହା ଦରକାର ପଦକ୍ଷେପ ନିଅ । ତୁରନ୍ତ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 26, 2019, 8:42 PM IST

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଉତ୍ତମ ଶାସନ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋରଦାର ଉଦ୍ୟମ କରୁଛନ୍ତି । ଆଜି ପୁଣିଥରେ ରାଜ୍ୟର ସମସ୍ତ ପରିବହନ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିବା ସହ ଦାୟିତ୍ବ ଓ ସରକାରଙ୍କ ଉଦ୍ଦେଶ୍ୟ ବୁଝାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟବାସୀଙ୍କ ଜୀବନ ହେଉଛି ଅମୂଲ୍ୟ । ସଡକ ଦୁର୍ଘଟଣାରେ ହେଉଥିବା ଜୀବନ ହାନୀ ଆମର ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରଭାବିତ କରୁଛି । ରାଜ୍ୟରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ୫ ହଜାର ଲୋକ ପ୍ରାଣ ହରାଉଛନ୍ତି । ମୃତ୍ୟୁବରଣ କରୁଥିବା ମଧ୍ୟରେ ଅଧିକାଂଶ ଯୁବବର୍ଗ । ଯହାଦ୍ବାରା ଆମେ ଦକ୍ଷ ମାନବ ସମ୍ବଳ ହରାଉଛେ ।

ତୁରନ୍ତ ସଡକ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନିଅ । ସମସ୍ତ ପରିବହନ ଅଧିକାରୀ ନିଜ ନିଜ ଭିତରେ ସମନ୍ବୟ ରକ୍ଷାକରି ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ପରିବହନ ବିଭାଗ ଯୋଗାଇ ଦେବ । ନିଶାଗ୍ରସ୍ତ ଗାଡି ଚାଳକଙ୍କୁ ଧରି ଦଣ୍ଡିତ କରିବା ଭଳି କଡା ପଦକ୍ଷେପ ନେବାକୁ ମଧ୍ୟ କହିଛନ୍ତି । ଏହାସହ ବ୍ୟାପକ ଭାବେ ଜନସଚେତନତା କରିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଖାଲିଏତିକି ନୁହେଁ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ପାଇବାରେ ଲୋକେ ଯେମିତି ସମସ୍ୟାରେ ନପଡନ୍ତି ସେଥିପାଇଁ ଅଧିକରୁ ଅଧିକ ବ୍ୟବସ୍ଥା କରିବାକୁ ସମସ୍ତ ପରିବହନ ଅଧିକାରୀଙ୍କୁ କହିଛନ୍ତି ।

ଏହା ସହ ତୁରନ୍ତ 15 ଦିନ ମଧ୍ୟରେ ରାଜ୍ୟର ସମସ୍ୟ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ସଚିବ, 5ଟି ସଚିବ, ପୋଲିସ ଡିଜିଓ ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details