ଭୁବନେଶ୍ବର:କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକରେ ତଥା ଭୁବନେଶ୍ବରରେ ଗୋଟିଏ Iconic ଆଦର୍ଶ ସ୍କୁଲ ରହିଛି । ତେବେ CBSE ଢାଞ୍ଚାରେ ଏହି ସ୍କୁଲ ମାନଙ୍କରେ ହଷ୍ଟେଲ ସୁବିଧା ସହିତ ପାଠ ପଢାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ଅନୁଭୂତି ସଂପର୍କରେ ପିଲାମାନଙ୍କୁ ପଚାରି ବୁଝିଛନ୍ତି । ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଦର୍ଶ ବିଦ୍ୟାଳୟରେ କିପରି ଆହୁରି ପ୍ରଭାବଶାଳୀ ଶିକ୍ଷାଦାନ କରାଯାଇପାରିବ ସେ ସଂପର୍କରେ 5ଟି ସଚିବ ଛାତ୍ରଛାତ୍ରୀମାନଙ୍କ ମତାମତ ଲୋଡିଛନ୍ତି ।
ତେବେ ସମ୍ବର୍ଦ୍ଧିତ ହୋଇଥିବା କୃତୀ ଛାତ୍ରଛାତ୍ରୀମାନେ ହେଲେ ମୟୁରଭଞ୍ଜ ଜିଲ୍ଲାର ଝରଗାଁ ଆଦର୍ଶ ବିଦ୍ୟାଳୟର ଆଦର୍ଶ ସାହୁ ଓ ସରିତା ମାର୍ଡି, ରାଣିଭୋଳ ଆଦର୍ଶ ବିଦ୍ୟାଳୟର ମାନସ ମହୋଦଧି ପୁର୍ତ୍ତି । କୋରାପୁଟ ଜିଲ୍ଲାର କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍ ଆର୍ୟାନ ବିଶ୍ବାଳ ଓ ମାଛରା ଆଦର୍ଶ ବିଦ୍ୟାଳୟର ସ୍ବସ୍ତିକ ଆଦିତ୍ୟ ରଞ୍ଜନ, ଗଞ୍ଜାମ ଜିଲ୍ଲାର ପିତାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଉତ୍କଳ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲାର ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟର ଦିବେନ୍ଦୁ ସାହାନାଇ, କେନ୍ଦୁଝର ଜିଲ୍ଲାର ସାଳପଡା ଆଦର୍ଶ ବିଦ୍ୟାଳୟର ହେମନ୍ତ ବେହେରା, ଗଞ୍ଜାମ ଜିଲ୍ଲାର ସୋରଡା ଆଦର୍ଶ ବିଦ୍ୟାଳୟର ଶୁଭମ ପ୍ରସାହ ଗୌଡ, ଗଞ୍ଜାମ ଜିଲ୍ଲାର ଶାସନମା ଗାଁ ଆଦର୍ଶ ବିଦ୍ୟାଳୟର ସୁମନ କୁମାରୀ ମହାରଣା । ଏମାନେ ସମସ୍ତେ ଜେଇଇ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।