ଓଡିଶା

odisha

ETV Bharat / city

ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁ ଦାୟିତ୍ବ - ରାଜ୍ୟରେ କୋରୋନା ଅପଡେଟ

କୋରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଏକ ଫଳପ୍ରଦ ଉପାୟ ଭାବେ ଉଭା ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ଏଥିରେ ସଫଳତା ମିଳିଛି । ଏହି ପ୍ଲାଜମା ଥେରାପିରେ ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନଙ୍କୁ ଦେଇଛନ୍ତି ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି ।

plasma therapy, bhubaneswar latest news, plasma therapy in odisha, corona update in odisha, corona situation in odisha, ପ୍ଲାଜମା ଥେରାପି, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ ପ୍ଲାଜମା ଥେରାପି, ରାଜ୍ୟରେ କୋରୋନା ଅପଡେଟ, ରାଜ୍ୟରେ କୋରୋନା ସ୍ଥିତି
ପ୍ଲାଜମା ଦାନ ପାଇଁ ମନ୍ତ୍ରୀମଣ୍ଡଳକୁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ବଣ୍ଟନ

By

Published : Jul 24, 2020, 9:29 PM IST

ଭୁବନେଶ୍ବର:କୋରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଏକ ଫଳପ୍ରଦ ଉପାୟ ଭାବେ ଉଭା ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ଏଥିରେ ସଫଳତା ମିଳିଛି । ଏହି ଚିକିତ୍ସା ପଦ୍ଧତି ଦ୍ଵାରା କଟକରେ ଜଣେ ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ନେଇ ଉଭୟ ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି ଏହି ଥେରାପି । ଗତ ସପ୍ତାହଠାରୁ ଆରମ୍ଭ ହୋଇଥିବା ଏହି ପ୍ଲାଜମା ଥେରାପିରେ ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନଙ୍କୁ ଦେଇଛନ୍ତି ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି ।

ମନ୍ତ୍ରୀମାନଙ୍କ କାର୍ଯ୍ୟ ହେଉଛି ବିଭିନ୍ନ ଜିଲ୍ଲା ଗସ୍ତ କରି ଆରୋଗ୍ୟ ଲାଭ କରିଥିବା କୋଭିଡ ରୋଗୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବା ସହ ଆବଶ୍ୟକୀୟ ବ୍ୟବସ୍ଥା କରିବା । ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ପ୍ଲାଜମା ଦାନର ସମୀକ୍ଷା କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ, ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡା, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡା ବୌଦ୍ଧ, ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଓ କଟକ, ଅରୁଣ ସାହୁଙ୍କୁ ନୟାଗଡ଼ ଓ ଖୋର୍ଦ୍ଧା, ସୁଦାମ ମାରଣ୍ଡିଙ୍କୁ ସୋନପୁର ଓ ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର ଓ ସମ୍ବଲପୁରର ଦାୟିତ୍ବ ଦିଆଯାଇଛି । ସେହିପରି ନବକିଶୋର ଦାସଙ୍କୁ କଳାହାଣ୍ଡି ଓ ନୂଆପଡା, ଟୁକୁନି ସାହୁଙ୍କୁ ଦେବଗଡ଼ ଓ ସୁନ୍ଦରଗଡ, ଜଗନ୍ନାଥ ସାରକାଙ୍କୁ କୋରାପୁଟ ଓ ଗଜପତି, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ଅଶୋକ ପଣ୍ଡାଙ୍କୁ ଅନୁଗୋଳ, ସମୀର ଦାସଙ୍କୁ ଯାଯପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ବର, ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ରଘୁନନ୍ଦନ ଦାସଙ୍କୁ ଜଗତସିଂହପୁର ଓ ନବରଙ୍ଗପୁର, ପଦ୍ମୀନି ଦିଆନଙ୍କୁ ରାୟଗଡା ଓ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି ଦାୟିତ୍ଵ ଦିଆଯାଇଛି ।

ପ୍ଲାଜମା ଦାନ ପାଇଁ ମନ୍ତ୍ରୀମଣ୍ଡଳକୁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ବଣ୍ଟନ

ସୂଚନା ଅନୁଯାୟୀ ଦେଶରେ ପ୍ଲାଜମା ଥେରାପି ମିଳୁଥିବା ଚିକିତ୍ସା ମଧ୍ୟରେ ଓଡ଼ିଶା ଅନ୍ୟତମ । କଟକର ଏସସିବି ଓ ରାଉରକେଲାର ଆଇଜିଏଚରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର, କଟକ ଓ ଭୁବନେଶ୍ବରରେ ଆରମ୍ଭ ହୋଇଛି ଏହି ଥେରାପି । ତେବେ ଭୁବନେଶ୍ଵର ଓ ବ୍ରହ୍ମପୁରରେ ଆଗାମୀ ଦିନରେ ପ୍ଲାଜମା ବ୍ୟାଙ୍କ କରାଯିବାର ଯୋଜନା ରହିଥିବା ଜଣାପଡିଛି ।

ପ୍ଲାଜମା ଦାନ ପାଇଁ ମନ୍ତ୍ରୀମଣ୍ଡଳକୁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ବଣ୍ଟନ

ପ୍ରକାଶ ଯୋଗ୍ୟ କି, କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି 4 ସପ୍ତାହ ପରେ ପ୍ଲାଜମା ଦାନ କରିପାରିବେ । ତେବେ ଗୋଟିଏ ପ୍ଲାଜମାରେ 2 ଜଣ ଆକ୍ରାନ୍ତଙ୍କର ଚିକିତ୍ସା ହୋଇପାରିବ । ରାଜ୍ୟର ଶୁକ୍ରବାର 808 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 15ହଜାର 200ରେ ପହଞ୍ଚିଥିବା ଜଣାପଡିଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details