ଓଡିଶା

odisha

By

Published : Apr 10, 2020, 1:27 PM IST

Updated : Apr 10, 2020, 2:36 PM IST

ETV Bharat / city

ଘରୋଇ ସ୍କୁଲ ଫି କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

cm-appeal-for-reduce-private-school-fees
ଘରୋଇ ସ୍କୁଲ ଫି କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

13:17 April 10

ଘରୋଇ ସ୍କୁଲ ଫି କମାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର: କୋରୋନା ପାଇଁ ସାରା ରାଜ୍ୟରେ ଏବେ ଲକଡାଉନ ଜାରି ରହିଛି । ସେଥିପାଇଁ ବିଭିନ୍ନ ଘରୋଇ ସ୍କୁଲ ଗୁଡିକୁ ସ୍କୁଲ ଫି ହ୍ରାସ କରିବାକୁ ନିବେଦନ କରିଛନ୍ତି । ଅଧିକାଂଶ କର୍ମକ୍ଷେତ୍ର ବନ୍ଦ ରହିଥିବାରୁ କର୍ମଚାରୀମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ତେଣୁ କର୍ମଚାରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏହି ଅପିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ  ଏନେଇ ଟ୍ବିଟରରେ ଉଲ୍ଳେଖ କରିଛନ୍ତି ।  

ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରରେ ଲେଖିଛନ୍ତି , ‘COVID19 ଲକଡାଉନ ଏବଂ ରାଜ୍ୟରେ ଅର୍ଥନୈତିକ ଚାପକୁ ଦୃଷ୍ଟିରେ ରଖି, ଘରୋଇ ସ୍କୁଲ ମାନଙ୍କୁ ଏପ୍ରିଲରୁ ଜୁନ ମଧ୍ୟରେ ସ୍କୁଲ ଫି ହ୍ରାସ କରିବା ପାଇଁ ବିଚାର କରିବାକୁ ମୁଁ ଅନୁରୋଧ କରୁଛି । ’ ଏହା ସହ ସରକାରଙ୍କ ତରଫରୁ ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନକୁ ସ୍କୁଲ ଫି ଛାଡ କିମ୍ବା, କମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି | ଏହା ଆୟ ପ୍ରଭାବିତ ହୋଇଥିବା ପିତାମାତାଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।  

ବର୍ତ୍ତମାନ ରିଆଡମିଶନ ସମୟ ହୋଇଥିବାରୁ ବିଭିନ୍ନ ଘରୋଇ ସ୍କୁଲ ପକ୍ଷରୁ ରି-ଆଡମିଶନ ପାଇଁ ଟଙ୍କା ପୈଠ କରିବା ପାଇଁ ଅଭିଭାବକ ମାନଙ୍କ ପାଖକୁ ମେସେଜ ଆସିଥିବା ଦେଖିବାକୁ ମିଳିଛି । ଲକଡାଉନ ଥିବାରୁ କର୍ମଚାରୀମାନେ ଘରୋଇ ସ୍କୁଲରେ ପଢୁଥିବା ନିଜ ପିଲାଙ୍କ  ଫି ଦେବାକୁ ଅସମର୍ଥ ହେବେ । ଏଭଳି ପରିସ୍ଥିତିରେ ସହାନୁଭୂତି ଦେଖେଇବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ  

Last Updated : Apr 10, 2020, 2:36 PM IST

ABOUT THE AUTHOR

...view details