ଭୁବନେଶ୍ବର: ମହାମାରୀ କୋରୋନା ସାରା ପୃଥିବୀରେ ତାଣ୍ଡବ ଲୀଳା ରଚିଛି। ଏହି ସମୟରେ ଏହି ଭୂତାଣୁକୁ ଠିକଣା ଜବାବ ଦେବାକୁ ସାରା ରାଜ୍ୟର ଡାକ୍ତରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସ୍ବେଚ୍ଛାକୃତ ମନୋଭାବ ରଖି ଡାକ୍ତର ମାନେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ। ଯେଉଁ ଡାକ୍ତର ମାନେ ଏହି ପ୍ରାଣଘାତୀ ଯୁଦ୍ଧର ଯୋଦ୍ଧା ହେବାକୁ ଚାହାଁନ୍ତି ସେମାନେ www.bit.ly/India Tel Medicine.ରେ ପଞ୍ଜିକରଣ କରନ୍ତୁ।
କୋରୋନା ଯୁଦ୍ଧରେ ଡାକ୍ତରଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ସାରା ରାଜ୍ୟରେ କୋରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ -୧୯, ଟେଲିମେଡ଼ିସିନ ହେଲ୍ପ ଲାଇନ ନମ୍ବର -୧୪୪୧୦ କୁ ସାର୍ବଜନୀନ କରାଯାଇଛି। କୋଭିଡ ୧୯ ଆକ୍ରାନ୍ତଙ୍କୁ ସହାୟତା ପ୍ରଦାନ ଲାଗି ଏହା ଉଦ୍ଦିଷ୍ଟ।
ଏହି ହେଲ୍ପ ଲାଇନ ମାଧ୍ୟମରେ ସମସ୍ତ କଫ, କାଶ, ଜ୍ୱର, ଦୁର୍ବଳତା ଓ ଶ୍ୱାସପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସହାୟତା ପ୍ରଦାନ କରାଯିବ। ତେଣୁ ସମସ୍ତେ ଏହି ନମ୍ବରର ସହାୟତା ନେଇ ପାରିବେ। ଡାକ୍ତରଙ୍କ ଏହି ସେବା ଓ ବଳିଦାନ ପାଇଁ ତାଙ୍କୁ ସମସ୍ତେ ମନେ ରଖିବେ।
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ