ଓଡିଶା

odisha

ETV Bharat / city

ଏସସିବି ପାଇଁ ଉପଦେଷ୍ଟା କମିଟି ଘୋଷିତ, 10 ପ୍ରତିଷ୍ଠିତ ଡାକ୍ତର ସାମିଲ - cm announced Advisory committee for SCB

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବାକୁ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏଥିରେ 10 ଜଣ ପ୍ରତିଷ୍ଠିତ ଡାକ୍ତର ରହିଛନ୍ତି ।

Advisory committee for SCB
ଏସସିବି ପାଇଁ ଉପଦେଷ୍ଟା କମିଟି ଘୋଷଣା, 10 ପ୍ରତିଷ୍ଠିତ ଡାକ୍ତର ସାମିଲ

By

Published : Mar 2, 2020, 8:48 AM IST

ଭୁବନେଶ୍ବର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରାଯିବ। ଏନେଇ ଉପଦେଷ୍ଟା କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ନ୍ତରାଷ୍ଟ୍ରୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ବଛାବଛା 10 ଜଣ ପ୍ରତିଷ୍ଠିତ ଡାକ୍ତରଙ୍କୁ ଏଥିରେ ସାମିଲ କରିଛନ୍ତି ।

କମିଟିର ଆବାହକ ଭାବେ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) କାର୍ଯ୍ୟ କରିବେ। କମିଟିରେ ଥିବା ଡାକ୍ତରମାନଙ୍କ ମଧ୍ୟରୁ 7ଜଣ ପଦ୍ମ ପୁରସ୍କାର ପ୍ରାପ୍ତ ହୋଇଥିବାବେଳେ 4ଜଣ ଏସ୍‌ସିବିର ଆଲୁମିନି ସାମିଲ ଅଛନ୍ତି।

କଟକ ବଡ ମେଡିକାଲକୁ ଏମ୍‌ସ୍‌ ପ୍ଲସ୍‌ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ କଣ କଣ ବ୍ୟବସ୍ଥା ଓ ସୁବିଧା ଉପଲବ୍ଧ କରାଯିବ ସେଥିପାଇଁ କମିଟି ସୁପାରିସ କରିବ। 2020-21 ଆର୍ଥିକ ବର୍ଷ ବଜେଟ୍‌ରେ କଟକ ଏସ୍‌ସିବିକୁ 3ହଜାର ଶଯ୍ୟା ବିଶିଷ୍ଟ ଏମ୍‌ସ୍‌ ପ୍ଲସ୍‌ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ସରକାର 1 ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଆସନ୍ତା ଦୁଇବର୍ଷ ଭିତରେ ଏସ୍‌ସିବିକୁ ବିଶ୍ବସ୍ତରୀୟ ମେଡିକାଲରେ ରୂପାନ୍ତରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଜାଣନ୍ତୁ କେଉଁମାନେ କିମିଟିରେ ସ୍ଥାନ ପାଇଛନ୍ତି ...

ଡା. ରମାକାନ୍ତ ପଣ୍ଡା, ଡା.ଦେବୀ ସେଟ୍ଟୀ, ଡା.କେ ଶ୍ରୀନାଥ ରେଡ୍ଡି, ଡା. ସୁବ୍ରତ ଆଚାର୍ଯ୍ୟ, ଡା. ମୁକୁତ୍‌ ମିଞ୍ଜ୍‌, ଡା. ଦିଗମ୍ବର ବେହେରା, ଡା. ରାଜନ୍‌ ବାଡ଼େ, ଡା. ଜଗତ୍‌ ନରୁଲା, ଡା. ଜି.ଏନ୍‌ ରାଓ ଓ ଡା.ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details