ଭୁବନେଶ୍ବର: ଏଣିକି ସ୍ବାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ପାଇଁ ହେବ କ୍ଲଷ୍ଟର । ଶିକ୍ଷକଙ୍କ ଗମନାଗମନରେ ନଷ୍ଟ ହେଉଥିବା ସମୟକୁ ବଞ୍ଚାଇବା ପାଇଁ ଏହି କ୍ଲଷ୍ଟର ହେବ । ଏହି କ୍ଲଷ୍ଟର ଦ୍ବାରା ଶିକ୍ଷକମାନେ କ୍ବାଟର୍ସରେ ରହିବେ । ଯଦ୍ବାରା ଶିକ୍ଷକମାନେ ଠିକ୍ ସମୟରେ ସ୍କୁଲକୁ ଆସି ଶିକ୍ଷାଦାନ ମଧ୍ୟ କରିପାରିବେ ।
ତେବେ ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ମୁ୍ଖ୍ୟମନ୍ତ୍ରୀ 100 କୋଟି ଘୋଷଣା କରିଥିଲେ । ସେଥିମଧ୍ୟରୁ ଶିକ୍ଷାର ବିକାଶ ପାଇଁ 10 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।