ଓଡିଶା

odisha

ETV Bharat / city

ଜମୁଛି ଶିଶିର ସରସ: କପଡା ବ୍ୟାଗ ଦେଉଛି ମହିଳାଙ୍କୁ ପରିଚୟ - cloth made bag

ଭୁବନେଶ୍ବରରେ ଜମୁଛି ଶିଶିର ସରସ ମେଳା । 300 ଷ୍ଟଲ ଭିତରେ ରହିଛି ଏମିତି ଏକ ଷ୍ଟଲ ଯେଉଁଠାରେ 1 କେଜି ବ୍ୟାଗର 50 କେଜି ଜିନିଷ ରହି ପାରୁଥିବା କପଡା ବ୍ୟାଗ ମିଳୁଛି । ଅଧିକ ପଢନ୍ତୁ...

ଜମୁଛି ଶିଶିର ସରସ ମେଳା: କପଡା ବ୍ୟାଗ ଦେଉଛି ମହିଳାଙ୍କୁ ପରିଚୟ
ଜମୁଛି ଶିଶିର ସରସ ମେଳା: କପଡା ବ୍ୟାଗ ଦେଉଛି ମହିଳାଙ୍କୁ ପରିଚୟ

By

Published : Jan 10, 2020, 4:39 AM IST

ଭୁବନେଶ୍ବର: ରାଜଧାନୀରେ ଜୋର ଧରୁଛି 2020 ଶିଶିର ସରସ ମେଳା । ଲୋକେ ଶୀତୁଆ ରାତିରେ ମେଳାର ମଜା ମଧ୍ୟ ଉଠାଉଛନ୍ତି । 300 ଷ୍ଟଲ ଭିତରେ ରହିଛି ଏମିତି ଏକ ଷ୍ଟଲ ଯେଉଁଠାରେ 1 କେଜି ବ୍ୟାଗର 50 କେଜି ଜିନିଷ ରହି ପାରୁଥିବା କପଡା ବ୍ୟାଗ ମିଳୁଛି ।

ଜମୁଛି ଶିଶିର ସରସ ମେଳା: କପଡା ବ୍ୟାଗ ଦେଉଛି ମହିଳାଙ୍କୁ ପରିଚୟ

ଆଉ ଏହାକୁ ତିଆରି କରୁଛନ୍ତି କେବଳ ମହିଳା । କେନ୍ଦ୍ରାପଡା ଜିଲ୍ଲାର ଏକ ମହିଳା ଏସ୍‌ଏସ୍‌ଜି ଗ୍ରୁପ ମିଶି ଏହି କପଡା ବ୍ୟାଗକୁ ତିଆରି କରିବା ସହ ରାଜଧାନୀକୁ ବିକ୍ରି କରିବା ପାଇଁ ପଠାଉଛନ୍ତି । ପ୍ଲାଷ୍ଟିକ ବ୍ୟାନ ହେବା ପରେ ବର୍ତ୍ତମାନ ଲୋକେ ମଧ୍ୟ ଧୀରେ ଧୀରେ ସଚେତନ ହେଉଛନ୍ତି । ଯେଉଁ କାରଣରୁ ଏବେ କପଡା ବ୍ୟାଗର ଚାହିଦା ବଢୁଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ ଗାଁର ମହିଳା ମଧ୍ୟ ଏଥିରୁ ବେଶ୍ ଭଲ ଦୁଇ ପଇସା ରେଜଗାର କରିପାରୁଥିବାର କହିଛନ୍ତି ବିକ୍ରେତା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details