ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ ପାଇଁ ପିଜିରେ ଆଉ ନାମଲେଖା ହେବନାହିଁ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ (୨୦୨୧-୨୨) ପାଇଁ ଆଉ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷରେ ନାମଲେଖା ହେବନାହିଁ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ଚିଠି ଅବଗତ କରାଯାଇଛି ।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ(୨୦୨୧-୨୨) ପାଇଁ ଆଉ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷରେ ନାମଲେଖା ହେବନି । ବିଭାଗ ଦର୍ଶାଇଛି ଯେ, ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ହେଉଥିବା ପିଜି ପ୍ରଥମ ବର୍ଷ ପାଇଁ ନାମଲେଖା ଜାନୁଆରୀ ୨୫ରେ ଶେଷ ହୋଇଛି । ଆଗାମୀ ଦିନରେ ଆଉ ନାମଲେଖା ଅବଧିକୁ ବୃଦ୍ଧି କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେଣୁ କୌଣସି କଲେଜ କିମ୍ବା ବିଶ୍ବବିଦ୍ୟାଳୟ ଆଉ ପିଜି ପ୍ରଥମ ବର୍ଷରେ ପିଲାଙ୍କ ନାମ ନ ଲେଖାଇବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।