ଓଡିଶା

odisha

ETV Bharat / city

40 ଦିନ ଧରି ଚାଲିଥିବା ଶିଶୁ ଅଧିକାର ଅଭିଯାନ ଉଦଯାପିତ - ଶିଶୁ ଅଧିକାର ଅଭିଯାନ ଉଦଯାପିତ

ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୧ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ଜୟଦେବ ଭବନରେ ଆରମ୍ଭ ହୋଇଥିଲା ଶିଶୁ ଅଧିକାର ଅଭିଯାନ । ଏନେଇ ୪୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିବା ବେଳେ ଗତକାଲି ଏହା ଶେଷ ହୋଇଯାଇଛି । ଅଧିକ ପଢନ୍ତୁ

ଉଦଯାପିତ ହେଲା 40 ଦିନ ଧରି ଚାଲିଥିବା ଶିଶୁ ଅଧିକାର ଅଭିଯାନ
ଉଦଯାପିତ ହେଲା 40 ଦିନ ଧରି ଚାଲିଥିବା ଶିଶୁ ଅଧିଉଦଯାପିତ ହେଲା 40 ଦିନ ଧରି ଚାଲିଥିବା ଶିଶୁ ଅଧିକାର ଅଭିଯାନ କାର ଅଭିଯାନ

By

Published : Dec 11, 2021, 12:45 PM IST

ଭୁବନେଶ୍ବର: ଉଦଯାପିତ ହେଲା ୪୦ ଦିନ ଧରି ଚାଲିଥିବା ଶିଶୁ ଅଧିକାର ଅଭିଯାନ (child rights campaign)। ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୧ ବର୍ଷ ପୂର୍ତ୍ତି ଅବସରରେ ଏହି ଅଭିଯାନ ଭୁବନେଶ୍ବର ଜୟଦେବ ଭବନରେ ଆରମ୍ଭ ହୋଇଥିଲା । ଏନେଇ ୪୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିବା ବେଳେ ଶେଷ ହୋଇଯାଇଛି । ଶିଶୁ ସୁରକ୍ଷାର କର୍ଣ୍ଣଧାର ଓ ତାଙ୍କ ଅଧିକାର ପାଇଁ ଲଢେଇ କରୁଥିବା ଆୟୋଗ ସର୍ବଦା ଶିଶୁର ଶାରୀରିକ, ମାନସିକ ଓ ଭୌତିକ ବିକାଶ ଦିଗରେ କାର୍ଯ୍ୟ କରିଥାଏ । ତେଣୁ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବାଲ୍ୟବିବାହ ରୋକିବା, ଶିଶୁ ଶ୍ରମିକ ମୁକ୍ତ ଓଡିଶା ଓ ସଚେତନତା କାର୍ଯ୍ୟକ୍ରମ କରିଥାଏ ।

ଶିଶୁ ଅଧିକାର ଅଭିଯାନ ଉଦଯାପିତ

ଆଉ ଏଥିପାଇଁ ଚଳିତ ବର୍ଷ ଶିଶୁଙ୍କ ସୁରକ୍ଷା ଓ ସଚେତନତାକୁ ନେଇ ୧୧ତମ ପ୍ରତିଷ୍ଠା ଦିବସରେ ସଚେତନତା କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ଯାହା ଗତକାଲି ମାନବ ଅଧିକାର ଦିବସ ଅବସରରେ ସମାପନ ହୋଇଛି । ତେବେ ଶିଶୁର ପ୍ରତିଟି ଅଧିକାରକୁ ଆୟୋଗ ବିଶେଷ ଭାବେ ଅଗ୍ରାଧିକାର ଦିଆଯାଇଥିବା ବେଳେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସଚେତନତା ରଥ ସାହାଯ୍ୟରେ ୩୦ ଟି ଜିଲ୍ଲାରେ ବୁଲି ବୁଲି ସଚେତନ କରାଯାଇଥିଲା। ଏହାକୁ ନେଇ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବାର ଅଭିଯାନ ସଫଳ ହୋଇଥିବା କହିଛନ୍ତି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details