ଭୁବନେଶ୍ବର: ଭାରତୀୟ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ ତଥା ଆଜାଦୀ କା ଅମୃତ ମହୋତ୍ସବର ଅବସରରେ ସ୍ମରଣୀୟ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସପ୍ତାହ ପାଳନ କରାଯାଇଅଛି । ପୂର୍ବ ତଟ ରେଳପଥ ଦ୍ୱାରା ଜୁଲାଇ 18 ତାରିଖରେ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସ୍ମରଣୀୟ ସପ୍ତାହର ଉଦଘାଟନ କରାଯାଇଥିଲା । ସପ୍ତାହବ୍ୟାପୀ ଏହି ଉତ୍ସବ ପାଳନ ପରେ ଶନିବାର ଉଦଯାପିତ ହୋଇଯାଇଛି ।
ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସପ୍ତାହ ଉଦଯାପିତ କଟକ ରେଳ ଷ୍ଟେସନରେ ଏହି ଉତ୍ସବରେ ଯୋଗଦେଇ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକ ତିନିଜଣ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ସମ୍ମାନିତ କରିଥିଲେ । ସେହିଭଳି ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଅଶୋକ କୁମାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷୀଗୋପାଳ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ ।
ପୂର୍ବ ତଟ ରେଳପଥ ଦ୍ୱାରା ସ୍ମରଣୀୟ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସପ୍ତାହ ଉଦଯାପିତ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ସପ୍ତାହ ଉତ୍ସବ ପାଳନ ପାଇଁ ଭାରତୀୟ ରେଳ ସମଗ୍ର ଭାରତ ବର୍ଷରେ 75 ରେଳ ଷ୍ଟେସନକୁ ମନୋନୀତ କରିଥିଲା । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଓ ବିଶାଖାପାଟମ ଷ୍ଟେସନକୁ ମନୋନୀତ କରାଯାଇଥିଲା । ସପ୍ତାହବ୍ୟାପୀ ଉତ୍ସବ ପାଳନ ସମୟରେ, ପଥପ୍ରାନ୍ତ ନାଟକ, ଦେଶାତ୍ମବୋଧକ ଗୀତ, ଦେଶଭକ୍ତି ନୃତ୍ୟ, ତତକ୍ଷଣାତ୍ କୁଇଜ୍ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ରେଳ ଷ୍ଟେସନ ଗୁଡିକର ଆଲୋକୀକରଣ, ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂକ୍ଷିପ୍ତ ଇତିହାସର ଅଡିଓ / ଭିଡିଓ ପ୍ରଦର୍ଶନ, ସ୍ୱାଧୀନତା ସଂଗ୍ରାମୀଙ୍କ 3D କଟଆଉଟ୍, ଆଲୋକ ଏବଂ ଧ୍ୱନି କାର୍ଯ୍ୟକ୍ରମ ଇତ୍ୟାଦିକୁ ଆୟୋଜନ କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର