ଭୁବନେଶ୍ବର: ରାଜଧାନୀରେ ଶାହାଙ୍କ ରୁଦ୍ଧଦ୍ବାର ବୈଠକ । ଦଳୀୟ ସଙ୍ଗଠନ ନେଇ ମାନସ ମନ୍ଥନ । କର୍ମୀମାନଙ୍କୁ ଦେଲେ ଗୁରୁମନ୍ତ୍ର । ପୂର୍ବରୁ ଦିଆଯାଇଥିବା ସାଙ୍ଗଠନିକ ଟାସ୍କର ଅଗ୍ରଗତି ବିଷୟରେ ଆଲୋଚନା କରିବା ନେଇ ଚର୍ଚ୍ଚା ହୋଇଛି । ବିଜେପି କିପରି ଆହୁରି ଅଧିକ ଶକ୍ତିଶାଳୀ ହେବ, ସଙ୍ଗଠନକୁ ସୁଦୃଢ କରି ରାଜ୍ୟରେ କ୍ଷମତା ଦଖଲ କରାଯିବ ସେ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରୁଦ୍ଧଦ୍ବାର ବୈଠକ ଆୟୋଜିତ ହୋଇଛି ।
ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ, ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୌଦାନ ସିଂହ, ଓଡିଶା ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ, ବିଧାୟକ, ପରାଜିତ ପ୍ରାର୍ଥୀ, ଜିଲ୍ଲା ପଦାଧିକାରୀଙ୍କ ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି ।