ଭୁବନେଶ୍ବର: ଆସନ୍ତାକାଲି (ରବିବାର) ସକାଳ ସୁଦ୍ଧା ବାତ୍ୟା ଅବପାତର ରୂପ ନେବାର ସମ୍ଭାବନା । ସନ୍ଧ୍ୟା ୫.୩୦ରେ ଗଭୀର ଅବପାତର ରୂପ ନେଇଛି ବାତ୍ୟା ଜଓ୍ବାଦ। ଅବପାତରେ ପରିଣତ ହେବା ପରେ ଆସନ୍ତାକାଲି ମଧ୍ୟାହ୍ନରେ ପୁରୀରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ବାତ୍ୟା ଜଓ୍ବାଦ ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୨୬୦ କି.ମି ଦୂରରେ ରହିଛି । ବାତ୍ୟା ଜଓ୍ବାଦ ପୁରୀଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୩୩୦ କି.ମି ଦୂରରେ ରହିଛି । ପାରାଦ୍ଵୀପ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ୪୨୦ କି.ମି ଦୂରରେ ରହିଛି ଜଓ୍ବାଦ । ବାତ୍ୟା ଜଓ୍ବାଦର ଘଣ୍ଟାପ୍ରତି ସମୁଦ୍ର ଭିତରେ ୯ କି.ମି ବେଗ ରହିଛି । ଏହି ସମୟରେ ପବନର ବେଗ ୪୫ରୁ ୫୫ କି.ମି ଅଛି ।
Cyclone Jawad Update: ରବିବାର ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ - regional meteorological department cyclone update
ରବିବାର ସକାଳ ସୁଦ୍ଧା ବାତ୍ୟା ଅବପାତର ରୂପ ନେବାର ସମ୍ଭାବନା । ସନ୍ଧ୍ୟା ୫.୩୦ରେ ଗଭୀର ଅବପାତର ରୂପ ନେଇଛି ବାତ୍ୟା ଜଓ୍ବାଦ। ଅଧିକ ପଢନ୍ତୁ
Jawad Update: ଆସନ୍ତା କାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା
ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ବି କମିବ । ଗଞ୍ଜାମ, ପୁରୀ ଜିଲ୍ଲାର କିଛି ଅଞ୍ଚଳ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜଗସିଂହପୁର, ଖୋର୍ଦ୍ଧା ,ଭଦ୍ରକ, କେନ୍ଦ୍ରାପଡ଼ା, ସହ ଉପକୂଳ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗୋପାଳପୁରୁ ସମୁଦ୍ର ଉପକୂଳ ଦେଇ ପୁରୀ ଉପକୂଳ ଓ ଜଗତସିଂହପୁର ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହାଁଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଭୁବନେଶ୍ଵର ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Dec 5, 2021, 7:00 AM IST