ଭୁବନେଶ୍ବର:ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିପରି ଉପକୂଳକୁ ରକ୍ଷା କରାଯାଇପାରିବ ସେ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୋଷଣୀୟ ଉପକୂଳ ପରିଚାଳନା ଜାତୀୟ ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ଉପରେ ବହୁ କୁପ୍ରଭାବ ପଡୁଛି । ବନ୍ୟା ବାତ୍ୟା ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯୟ ଦେଖା ଦେଇଛି । ତେବେ ଏହାକୁ ରୋକିବାକୁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।
ପୋଷଣୀୟ ଉପକୂଳ ପରିଚାଳନା ଜାତୀୟ ସମ୍ମିଳନୀରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟଣା, ଜଳବାୟୁ ପରିବର୍ତ୍ତନ କାରଣ, କୋଷ୍ଟଲ ବେଲ୍ଟ ଗୁଡିକର ସୁରକ୍ଷା ଆଦି ବିଷୟରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ପ୍ରତିକ୍ରିୟା କହିଛନ୍ତି ଯେ , ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ଯୋଗୁଁ ବନ୍ୟା ବାତ୍ୟା ଓ ବାଦଲ ଫଟା ବର୍ଷା ହେଉଛି । ଉପକୂଳ ଅଞ୍ଚଳରେ ଦେଶର 20 ପ୍ରତିଶତ ଜନସଂଖ୍ୟା ରହିଛି । ବେଳାଭୂମିକୁ ସ୍ବଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସ୍ବଚ୍ଛ ସାଗର ସୁରକ୍ଷିତ ସାଗର ଯୋଜନା ହାତକୁ ନେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର କୂଳ ଖାଉଛି ଓ ସମୁଦ୍ର ଜଳସ୍ତର ବଢୁଛି । ଯାହା ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଗହୀର ମଥା ଓ ଋଷିକୂଲ୍ୟା ମୁହାଣରେ ଚାଲିଥିବା ଅଲିଭ ରିଡ଼ଲେ ଓ ସୁରକ୍ଷା ଓ ଅଣ୍ଡାଦାନ ପ୍ରକ୍ରିୟାକୁ ପ୍ରସଂଶା କରିଛନ୍ତି ମନ୍ତ୍ରୀ ।