ଓଡିଶା

odisha

By

Published : Sep 20, 2021, 3:13 PM IST

ETV Bharat / city

ଆଜିଠୁ ଯୁକ୍ତ ତିନି ଦ୍ବିତୀୟ ବର୍ଷ କ୍ଲାସରୁମରେ ପାଠପଢ଼ା ଆରମ୍ଭ

ଆଜି(ସୋମବାର)ଠୁ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢା ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ଆଜିଠୁ ଯୁକ୍ତ ତିନି ଦ୍ବିତୀୟ ବର୍ଷ କ୍ଳାସରୁମରେ ପାଠପଢ଼ା ଆରମ୍ଭ
ଆଜିଠୁ ଯୁକ୍ତ ତିନି ଦ୍ବିତୀୟ ବର୍ଷ କ୍ଳାସରୁମରେ ପାଠପଢ଼ା ଆରମ୍ଭ

ଭୁବନେଶ୍ବର: ଆଜି(ସୋମବାର)ଠାରୁ ଯୁକ୍ତ ତିନି ଦ୍ବିତୀୟ ବର୍ଷ କ୍ଲାସ ରୁମରେ ପାଠପଢ଼ା । କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ପାଠପଢ଼ା । ରାଜ୍ୟରେ କୋରୋନା ସ୍ଥିତି ଉନ୍ନତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସରକାରୀ ଏବଂ ବେସରକାରୀ ଡିଗ୍ରୀ କଲେଜ 2020-21 ବର୍ଷର ପ୍ରଥମ ବର୍ଷର ଛାତ୍ରଛାତ୍ରୀ କ୍ଳାସ ରୁମରେ ପାଠ ପଢିପାରିବେ।

କଣ୍ଟେନମେଣ୍ଟ ଜୋନରୁ ଆସୁଥିବା ଶିକ୍ଷକ ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ କଲେଜକୁ ଆସିପାରିବେ ନାହିଁ। କଲେଜକୁ ଆସିବାକୁ ହେଲେ ଫେସ ମାସ୍କ ଓ ସାନିଟାଇଜର ସହିତ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ। ଶ୍ରେଣୀ ଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀ ଆଦି ଅଞ୍ଚଳରେ ସାମାଜିକ ଦୂରତା ବାଧ୍ୟତାମୂଳକ ଅଟେ । କ୍ୟାମ୍ପସରେ ଛେପ ପକାଇବା ସମ୍ପୂର୍ଣ ଭାବରେ ନିଷେଧ କରାଯାଇଛି । ସେହିପରି ହଷ୍ଟେଲରେ ମଧ୍ୟ ସମାନ କୋରୋନା କଟକଣା ମାନିବାକୁ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details