ଭୁବନେଶ୍ବର:ନବମ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଆସ୍ବସ୍ତିକର ଖବର । ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ୩୦ ପ୍ରତିଶତ ପାଠ୍ୟକ୍ରମ କମିଲା । ଗତ ବର୍ଷ ଭଳି ସମାନ ଢଙ୍ଗରେ ଚଳିତ ବର୍ଷର ସିଲାବସ ବା ପାଠ୍ୟକ୍ରମ କଟା ଗଲା । ମହାମାରୀ ଯୋଗୁଁ କ୍ଲାସ୍ ରୁମ୍ ପାଠ ପଢା ବନ୍ଦ ରହିଛି । ଅନଲାଇନରେ ପାଠପଢା ସମସ୍ତଙ୍କ ପାଖରେ ସମ୍ଭବ ହେଉନି ।
ଏଥର ବି କମିବ 30 ପ୍ରତିଶତ ସିଲାବସ୍ - ଚଳିତ ବର୍ଷ କମିବ 30 ପ୍ରତିଶତ ସିଲାବସ୍
କମିବ ନବମ ଓ ଦଶମର ସିଲାବସ । ନବମ ଓ ଦଶମ ଶ୍ରେଣୀର 30 ପ୍ରତିଶତ ସିଲାବସ୍ କମାଇ ଦିଆଯିବ। ଅଧିକ ପଢନ୍ତୁ...
ଚଳିତ ବର୍ଷ କମିବ 30 ପ୍ରତିଶତ ସିଲାବସ୍
ତେଣୁ ୨୧-୨୨ ଶିକ୍ଷା ବର୍ଷ ପାଇଁ ପାଠ୍ୟକ୍ରମ ୩୦ ପ୍ରତିଶତ କମାଇ ଦିଆଯାଇଛି । ସ୍କୁଲ ବନ୍ଦ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ନବମ ଓ ଦଶମ ଶ୍ରେଣୀର ପାଠ ପଢା ୟୁଟ୍ୟୁବରେ ଚାଲିଛି । ଜୁନ୍ ୩୦ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଆଶା କରାଯାଉଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ବିକାଶ ଦାସ, ଇଟିଭି ଭାରତ
Last Updated : Jun 23, 2021, 12:15 PM IST