ଓଡିଶା

odisha

ETV Bharat / city

ବିଭିନ୍ନ ଦାବି ନେଇ ଲୋୟର PMGରେ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ - ଲୋୟର ପିଏମଜିରେ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ

ରାଜଧାନୀ ଭୁବନେଶ୍ବରର ଲୋୟର PMGରେ ବିଭିନ୍ନ ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ବିଭିନ୍ନ ଦାବି ନେଇ ଲୋୟର PMGରେ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ
ବିଭିନ୍ନ ଦାବି ନେଇ ଲୋୟର PMGରେ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ

By

Published : Dec 20, 2021, 7:42 PM IST

ଭୁବନେଶ୍ବର:ରାଜଧାନୀର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡି଼ଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ । ବିଭିନ୍ନ ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣାରେ ବସି ରହିଛନ୍ତି । ସରକାର ଦାବି ପୂରଣ ନ କଲେ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

ବିଭିନ୍ନ ଦାବି ନେଇ ଲୋୟର PMGରେ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ବିକ୍ଷୋଭ

ବିଭିନ୍ନ ଦାବି ତଥା ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ମୁତାବକ ୨୮ ମାସର ବକେୟା ଦରମା ଦେବା, ସ୍କିମ୍ ପ୍ରଥା ଉଚ୍ଛେଦ ଶ୍ରମିକର ମାନ୍ୟତା, ଗଣଶିକ୍ଷା ବିଭାଗରେ ୪ର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା, ସାମାଜିକ ସୁରକ୍ଷା, ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା, ବର୍ଷକୁ ୨ ଖଣ୍ଡ ଶାଢୀ, ଅବସର ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି ପାଇଁ ସେମାନେ ଦାବି କରିଛନ୍ତି ।

ଏହାସହିତ ଛଟେଇ ପାଚିକାମାନଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ଧାରଣାରେ ଶହ ଶହ ପାଚିକା ଓ ସହାୟିକା ବସି ରହିଛନ୍ତି । ଆଗାମୀ ଦିନରେ ସରକାର ଯଦି ଆମର ନାର୍ଯ୍ୟ ଏ ଅଧିକାରକୁ ବିଚାରକୁ ନେଇ ସମାଧାନ ନ କରନ୍ତି ତେବେ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details