ଭୁବନେଶ୍ବର:ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । ଆଜି ୧୫ଶହ ତଳକୁ ରହିଛି ସଂକ୍ରମଣ । ଏ ନେଇ ଅଗଷ୍ଟର ନୂଆ ଗାଇଡଲାଇନ ଜାରି ହୋଇଛି । କଟକଣା ସହିତ ଜୀବିକାକୁ ମଧ୍ୟ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର । ୫୦ ପ୍ରତିଶତ ଲୋକରେ ସିନେମା ହଲ ଖୋଲିବାକୁ ଅନୁମତି ଦେଇଛନ୍ତି ମାତ୍ର ସପ୍ତାହକୁ ୨ଦିନ ହଲ ବନ୍ଦ ରହିବ । ଏହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସିନେମା ହଲ ମାଲିକ ।
ହଲ ଖୋଲିବା ନେଇ ସେତେଟା ସେତେଟା ଖୁସି ନାହାନ୍ତି ହଲ ମାଲିକ । ଛୁଟିଦିନରେ ସିନେମା ଦେଖିବାକୁ ଲୋକମାନଙ୍କର ଭିଡ ଲାଗିଥାଏ । ଏସଓପି ଅନୁସାରେ ହଲ ଖୋଲିବାକୁ ସମୟ ରହିଛି ତାହା ମାଲିକଙ୍କୁ ସୁହାଉ ନାହିଁ । ଶନିବାର ଓ ରବିବାର ହଲ ବନ୍ଦ ରହିବ । ଏହା ସହ ବର୍ତ୍ତମାନ ବ୍ୟବସାୟ କରିବା ଭଳି ସେପରି କିଛି ଫିଲ୍ମ ମଧ୍ୟ ନାହିଁ । ସିନେମା ହଲ ଚଳେଇବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ହଲ ମାଲିକ ।