ଭୁବନେଶ୍ବର:ଯୁକ୍ତ ୨ ବିକଳ୍ପ ମୂଲ୍ୟାୟନ ନେଇ ଆଜି ବସିଥିଲା ବିଶେଷଜ୍ଞ କମିଟିର ତୃତୀୟ ବୈଠକ । ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ ନିଷ୍ପତ୍ତି ନେଇ ଅନିଶ୍ଚିତତା ଲାଗିରହିଥିବା ବେଳେ ତୃତୀୟ ବୈଠକ ବସିଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୧୪ ଜଣିଆ ବିଶେଷଜ୍ଞ କମିଟିକୁ ପରିଷଦ ପକ୍ଷରୁ କୁହାଯାଇଛି ।
ତେବେ ଆଜି କଣ୍ଟ ପୂରିଥିଲେ ମଧ୍ୟ ବିଶେଷଜ୍ଞ କମିଟିର ସଦସ୍ୟମାନେ ବିକଳ୍ପ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରିପାରି ନାହାନ୍ତି । ଦୁଇ ଥର ବୈଠକ ବସିଥିଲେ ମଧ୍ୟ ସଦସ୍ୟମାନେ କିଛି ବି ନିର୍ଯ୍ୟାସରେ ପହଞ୍ଚିପାରି ନଥିବାରୁ ବୁଧବାର ବୈଠକ ଡକାଯାଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ବସିଥିବା ଥିବା ଏହି ବୈଠକରେ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ବୈଠକରେ ମୂଲ୍ୟାୟନର ରୂପରେଖ ଚୂଡ଼ାନ୍ତ ହେବା ସହ କେଉଁ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ସେନେଇ ନିଷ୍ପତ୍ତି ନିଆଯାଇଛି ।