ଓଡିଶା

odisha

ETV Bharat / city

ଯୁକ୍ତ 2 ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳର ପୁନଃଯାଞ୍ଚ ଆବେଦନ ପ୍ରକ୍ରିୟା ଆରମ୍ଭ - Application for Rechecking Begins for Science, Commerce Stream Students, Get Details Here

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁଷ୍ଠାନିକ ଭାବରେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ପୁନଃ ଖାତାଦେଖା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଛାତ୍ରଛାତ୍ରୀମାନେ କିପରି କରିବେ ଆବେଦନ ଦେଖନ୍ତୁ ଏହି ରିପୋର୍ଟ...

ଯୁକ୍ତ 2 ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳର ପୁନଃ ଯାଞ୍ଚ ଆବେଦନ ପ୍ରକ୍ରିୟା ଆରମ୍ଭ
ଯୁକ୍ତ 2 ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳର ପୁନଃ ଯାଞ୍ଚ ଆବେଦନ ପ୍ରକ୍ରିୟା ଆରମ୍ଭ

By

Published : Aug 24, 2020, 7:00 PM IST

ଭୁବନେଶ୍ୱର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁଷ୍ଠାନିକ ଭାବରେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପୁନଃଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଯେଉଁ ଛାତ୍ରଛାତ୍ରୀମାନେ ତାଙ୍କ ଫଳାଫଳରେ ସନ୍ତୁଷ୍ଟ ନାହାନ୍ତି ସେମାନେ ପୁଣି ଥରେ ଆବେଦନ କରି ନିଜର ଖାତର ପୁନଃ ଯାଞ୍ଚ କରିପାରିବେ । ଏନେଇ ସେମାନେ ଏହି ୱେବସାଇଟ୍‌ chseodisha.nic.in ରେ ଆବେଦନ କରିପାରିବେ ।

ମୂଲ୍ୟାଙ୍କନ ପ୍ରକ୍ରିୟା ପାଇଁ ଆବେଦନ ପରିଷଦ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରି ଏକ ବିସ୍ତୃତ ବିକ୍ଷପ୍ତି ପ୍ରକାଶ କରିଛି । ପ୍ରକ୍ରିୟା ବିଷୟରେ ପ୍ରାର୍ଥୀମାନେ କ୍ଲିକ୍ କରି ସମ୍ପୂର୍ଣ୍ଣ ବିଜ୍ଞପ୍ତି ପଢିପାରିବେ । ନିଜ ଉତ୍ତର ସିଟ୍‌ ଫୋଟୋ ଉଠାଇ ତାହାର ଏକ କପି ପୁନଃ ଯାଞ୍ଚ ପାଇଁ ଆବେଦନ କରିବେ । ତେବେ ଉତ୍ତର କପି ପାଇବା ପାଇଁ ସେପ୍ଟମ୍ବର 5 ମଧ୍ୟରେ ଆବେଦନ କରିପାରିବେ ।

ଏହି ୱେବସାଇଟ୍‌

http://www.chseodisha.nic.in/upload/RECHECKING ଓ https://www.onlinesbi.com/sbicollect/payment/listcategory.htm ଛାତ୍ରଛାତ୍ରୀମାନେ ସମସ୍ତ ଅପଡେଟ ପାଇପାରିବେ ।

ବର୍ତ୍ତମାନ ସୁଦ୍ଧା, ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ CHSE ଓଡିଶା +2 ଫଳାଫଳ 2020 ଘୋଷଣା କରାଯାଇଛି କେବଳ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀ ଯେଉଁମାନେ ନିଜ ମୂଲ୍ୟାଙ୍କନରେ ସନ୍ତୁଷ୍ଟ ନୁହଁନ୍ତି ସେମାନେ ଉପରୋକ୍ତ ଲିଙ୍କରେ ଲଗ୍‌ ଇନ୍‌ କରି ପଞ୍ଜିକରଣ କରି ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ଏହା ଧ୍ୟାନ ଦେବା ଜରୁରୀ ଯେ ଉତ୍ତର ସିଟଂ ର ଫଟୋକପି ପାଇବା ପରେ ସେମାନଙ୍କୁ 22 ସେପ୍ଟେମ୍ବର କିମ୍ବା ତା ପୂର୍ବରୁ ଏକ ଆପତ୍ତି ଦାଖଲ କରିବାକୁ ପଡିବ ।

ତେବେ 12 ଅଗଷ୍ଟରେ ବିଜ୍ଞାନର ଫଳାଫଳ ଘୋଷଣା କରାଯାଇଥିଲା । ଯେଉଁଥିରେ 70.21 ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ 19 ଅଗଷ୍ଟରେ ବାଣିଜ୍ୟ ଫଳାଫଳ ଘୋଷଣା ହୋଇଥିଲା । ଯେଉଁଥିରେ 74. 95 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିଲେ । ତେବେ ଏବେ ପର୍ଯ୍ୟନ୍ତ +2 କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହୋଇନାହିଁ । ତେବେ ଚଳିତମାସ ଶେଷ ସୁଦ୍ଧା ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details