ଭୁବନେଶ୍ବର: ଆଜିଠୁ ଚଳିତ ବର୍ଷ ଯୁକ୍ତ 2 ପରୀକ୍ଷା ଆରମ୍ଭ । ରାଜ୍ୟର ମୋଟ ସାଢେ 3 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଶୃଙ୍ଖଳିତ ଓ କପି ମୁକ୍ତ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି । ଏଥର 2ଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଚେକିଂ କରାଯିବ ।
1 ହଜାର 143ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ନ ନେବାକୁ ନିର୍ଦ୍ଦେଶ ରହିଛି । ଏହା ସହ ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନ ପତ୍ରରେ କୌଣସି ଚିହ୍ନ ରହିବ ନାହିଁ । ନଚେତ ଏହାକୁ କପି ବୋଲି ଧରାଯିବ ।